କଂଗ୍ରେସ ଭବନ ଗଣ୍ଡଗୋଳ ପ୍ରସଙ୍ଗରେ ମୁହଁ ଖୋଲିଲେ ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସ ଭବନ ଗଣ୍ଡଗୋଳ ପ୍ରସଙ୍ଗରେ ଦଳର ବିଧାୟକ ସୁରେଶ କୁମାର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶୃଙ୍ଖଳାକାରୀଙ୍କୁ ଦଳରୁ ଶୀଘ୍ର ବିଦା କରାଯିବ ବୋଲି ସୁରେଶ କହିଛନ୍ତି। ସୂଚନା ଥାଉକି, କଂଗ୍ରେସର ନୂଆ ପ୍ୟାନେଲିଷ୍ଟ ତାଲିକା ନେଇ ଗଲା ସପ୍ତାହରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଦଳର ଅସନ୍ତୁଷ୍ଟ କର୍ମୀ କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ପୋଷ୍ଟର ଓ କୁଶପୁତ୍ତଳିକା ଜାଳି ପ୍ରତିବାଦ କରିଥିଲେ । ତେବେ ଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିରୋଧ କରିଛି ଛାତ୍ର କଂଗ୍ରେସ  । ଜୁନ ୧୨ ସଂଧ୍ୟାରେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ସମର୍ଥକଙ୍କ ସହ ପିସିସି ସଭାପତିଙ୍କ ପୋଷ୍ଟର ଜାଳିବା ,ସହ ଜୋରଦାର ପ୍ରତିବାଦ କରିଥିଲେ । ଏବଂ ସେ ଅଭିଯୋଗ କରିଥିଲେ ଯେ,  ପିସିସି ସଭାପତି ଗୁଣ୍ଡା ଲଗାଇ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି । ଏନେଇ ସେ ଖାରବେଳ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ସୂଚନା ଥାଉକି, କଂଗ୍ରେସର ନୂଆ ପ୍ୟାନେଲିଷ୍ଟ ତାଲିକାକୁ ନେଇ ଗଲା ୭ ଦିନ ଧରି ଦଳରେ ଅସନ୍ତୋଷ ଦେଖାଦେଇଛି ।

Leave a Reply