କୁସ୍ତିଯୋଦ୍ଧା ଓ ଫେଡେରେସନ ମଧ୍ୟରେ ବିବାଦ, ଦିଲ୍ଲୀ ପୋଲିସ ଉପରେ ସୁପ୍ରିମକୋର୍ଟ ଖପ୍ପା

1 min read

ନୂଆଦିଲ୍ଲୀ: କୁସ୍ତିଯେଦ୍ଧାଙ୍କ ଧାରଣାକୁ ନେଇ ଦିଲ୍ଲୀ ପୋଲିସ ଉପରେ ସୁପ୍ରିମକୋର୍ଟ ଖପ୍ପା । କୁସ୍ତିଯୋଦ୍ଧା-ଫେଡେରେସନ ବିବାଦ ଭିତରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଆସନ୍ତା ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ତିନି ଦିନ ଧରି ଦିଲ୍ଲୀ ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଦିଲ୍ଲୀ ପୋଲିସ ମହିଳା କୁସ୍ତିଯୋଦ୍ଧାଙ୍କ ଏତଲା ରଖୁ ନଥିବା ଧାରଣାକାରୀମାନେ ଅଭିଯୋଗ କରିଥିଲେ ।

ବ୍ରିଜଭୂଷଣଙ୍କ ପଛରେ ରାଜନୈତିକ ଶକ୍ତି ରହିଥିବାରୁ ପୋଲିସ କୁସ୍ତିଯୋଦ୍ଧାଙ୍କ ଏତଲା ରଖୁ ନଥିବା ବେଳେ ପୀଡ଼ିତାଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉନି ବୋଲି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିଲା । କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ଗମ୍ଭୀର କହିବା ସହ ସର୍ବୋଚ୍ଚ କୋର୍ଟ ଏନେଇ ଦିଲ୍ଲୀ ପୋଲିସକୁ ନୋଟିସ କରି ଜବାବ ମାଗିଛନ୍ତି ।