ମାତ୍ର ଗୋଟିଏ କ୍ଳିକ୍‌ରେ ମିଳିବ ମଦ, ଅନ୍‌ଲାଇନ୍‌ କାରବାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

1 min read

ଭୁବନେଶ୍ୱର/କଟକ: ଘରେ ପହଞ୍ଚିବ ମଦ । ରାଜ୍ୟ ସରକାର ଚାହିଁଲେ ଅନଲାଇନରେ ମଦ କାରବାର କରାଯାଇପାରିବ । ଲକଡାଉନରେ ମଦ ଦୋକାନ ଆଗରେ ଅସମ୍ଭବ ଭିଡ଼କୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିଲା ଜନସ୍ୱାର୍ଥ ମାମଲା ।

ଏହାର ବିଚାର କରି ଅନଲାଇନ ମଦ କାରବାର କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ କଟକରେ ୪୦ କୋଟି ଟଙ୍କାର ମଦ ବୋଝେଇ ଟ୍ରକ ଅଟକି ରହିଥିବା ଗୋଦାମ ଖାଲି ନଥିବାରୁ ମଦ ଅନଲୋଡ ହୋଇପାରୁନି । ଯାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଡ୍ରାଇଭର ।

ମଦ ଦୋକାନ ବାହାରେ ଜମୁଛି ଭିଡ଼ । ଭିଡ଼କୁ ନିୟନ୍ତ୍ରଣ କରିବା ସହ ସାମାଜିକ ଦୂରତା ମାନିବାକୁ ହେଲେ ଅନଲାଇନରେ ମଦ ବିକ୍ରି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଣିକି ରାଜ୍ୟ ସରକାର ଅନୁମତି ଦେଲେ ରାଜ୍ୟ ଭିତରେ ମାତ୍ର ଗୋଟିଏ ଫୋନ କଲରେ ଅନଲାନରେ ମିଳିପାରିବ ମଦ । ଲକଡାଉନ ସମୟରେ ମଦ ଦୋକାନ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଆଇନଜୀବୀ ସାଇ ଦୀପକ । ଏହାକୁ ବିଚାର କରି ହୋମ ଡେଲିଭରିରେ ମଦ ବିକ୍ରି କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ କଟକ ନିର୍ଖଣ୍ଡି ଠାରେ ଅଟକି ରହିଛି ୭୦ଟି ମଦ ବୋଝେଇ ଟ୍ରକ ।  ଦେଢମାସ ହେବ ୪୦ କୋଟି ଟଙ୍କାର ମଦକୁ ଜଗି ରହିଛନ୍ତି ଟ୍ରକ ଡ୍ରାଇଭର ଓ ହେଲପର ।  ସନ୍ଧ୍ୟା ନଇଁଲେ ଅସାମାଜିକ ଲୋକଙ୍କ ଆଡ୍ଡ। ଜମୁଛି । ୨ ଦୁଇ ଦିନ ମଧ୍ୟରେ  ମଦ ଖାଲି ନକଲେ  ଗାଡ ଛାଡି ଚାଲିଯିବାକୁ ଚେତାଇ ଦେଇଛନ୍ତି ଟ୍ରକ ଡ୍ରାଇଭର ।  ରାଜ୍ୟ ପାନୀୟ ନିଗମ କର୍ତ୍ତୃପକ୍ଷଙ୍କ କହିବା କଥା ନିଗମ ଗୋଦାମରେ ମଦ ମହଜୁଦ ରହିଛି ।  ଗୋଦାମ ଖାଲି ହେଲାପରେ ହିଁ ଟ୍ରକରୁ ମଦ ଅନଲୋଡ ହୋଇପାରିବ ।

୧୭ ମଇ ଯାଏଁ ଲକଡାଉନ ବୃଦ୍ଧି ଘୋଷଣା ପରେ ଗୃହ ମୃନ୍ତ୍ର।ଳୟ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥ୍‌ଲେ ।  ଅନେକ ରାଜ୍ୟରେ ମଦ ଦୋକାନ ଖୋଲିଲା । କିନ୍ତୁ ଛତିଶଗଡ, ପଶ୍ଚିମବଙ୍ଗ ଓ ପଞ୍ଜାବ ସରକାର ହୋମ ଡେଲିଭରିରେ ମଦ ବିକ୍ରିକୁ ଅନୁମତି ଦେଇସାରିଛନ୍ତି ।  ଏହାସହ ଦିଲ୍ଲୀରେ ଇ-ଟୋକନର ବ୍ୟବସ୍ଥା ହୋଇଛି ।

Leave a Reply