ସୁପ୍ରିମକୋର୍ଟରେ ମୋରାଟୋରିୟମ ପ୍ରସଙ୍ଗ : ବ୍ୟାଙ୍କରେ ଆପଣଙ୍କ ଟଙ୍କା ଡୁବିଲେ ଚଳିବ,କିନ୍ତୁ ଆପଣ ଲୋନ୍ ଉପରେ ସୁଧ ଦେବାକୁ ବାଧ୍ୟ !

1 min read

ମୁମ୍ବାଇ: ନିକଟରେ ମୋରାଟୋରିୟମକୁ ନେଇ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ ହୋଇଛି । ଆବେଦନରେ ପ୍ରଶ୍ନ କରାଯାଇଛି ଯେ, ବ୍ୟାଙ୍କଠାରୁ ଆପଣ ଯଦି ଲୋନ୍ ନେଇଛନ୍ତି ତେବେ ଏହା ଆପଣଙ୍କ ସମ୍ପତ୍ତି ଜବତ କରି ବକେୟା ଆଦାୟ କରିପାରିବ  । କିନ୍ତୁ ଯଦି ଆପଣ କୌଣସି ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି ଓ ସେହି ବ୍ୟାଙ୍କ ଡୁବିଯାଏ ତେବେ ଆପଣ ଯେତେ ଟଙ୍କା ରଖିଲେ ବି ପାଇବେ ମାତ୍ର ୧ ଲକ୍ଷ । ଏମିତି କାହିଁକି ? ଏହି ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ମାମଲାର ଶୁଣାଣି ଜୁନ୍ ୧୨ ତାରିଖ ଦିନ ହେବ । ଆଉ ସୁପ୍ରିମକୋର୍ଟଙ୍କ ରାୟରୁ ଜଣା ପଡିବ କିଏ ଠିକ୍ –ରିଜର୍ଭ ବ୍ୟାଙ୍କ ନା ଆବେଦନକର୍ତ୍ତା ?

 ଚକ୍ରବୃଦ୍ଧି ସୁଧ ଉପରେ ହେବ ଶୁଣାଣି

ବ୍ୟାଙ୍କର କଂପାଉଣ୍ଡ ସୁଧ ଉପରେ ସୁପ୍ରିମକୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ପେମେଣ୍ଟ୍ ଉପରେ ରହିତାଦେଶ ଲାଗୁ କରିଛି । ଅଦାଲତ ଗଜେନ୍ଦ୍ର ଶର୍ମାଙ୍କ ଆବେଦନ ଉପରେ ଶୁଣାଣି କରୁଛି । ଏଥିରେ ମୋରାଟୋରିୟମ ପିରିୟଡରେ  ସୁଧ ନିଆଯିବାକୁ ଚ୍ୟାଲେଂଜ୍ କରାଯାଇଛି ।  କୋଭିଡ୍-୧୯ ବିରୋଧରେ ଯୁଦ୍ଧ ପାଇଁ ଦେଶବ୍ୟାପି ଲକଡାଉନ୍ କାରଣରୁ ବ୍ୟବସାୟ ବନ୍ଦ ରହିଛି । ଏମିତିରେ ଜଣେ ବ୍ୟକ୍ତି କେମିତି ସୁଧ ପୈଠ କରିପାରିବେ ବୋଲି ଆବେଦନରେ ଯୁକ୍ତି କରାଯାଇଛି । ତେବେ ରିଜର୍ଭ ବ୍ୟାଙ୍କର ରେ ଯୁକ୍ତି ହେଉଛି ,ଏହା ଆର୍ଥିକ ସିଷ୍ଟମକୁ ଅସ୍ଥିର କରିବାର ସମ୍ଭାବନା ରହିଛି । କାରଣ ୨ ଲକ୍ଷ  କୋଟି ଟଙ୍କାର ସୁଧ ବାଜିରେ ଲାଗିଛି ।

ଯେଉଁ ବ୍ୟବସାୟ ପାଇଁ ଲୋନ୍ ନିଆଯାଇଥିଲା ,ତାହା ବନ୍ଦ ହୋଇଯାଇଛି ତ’ କେମିତି ଶୁଝିବ ଲୋନ୍ ?

ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ସଂଜୟ କିଶନ କୌଲ କହିଥିଲେ ଯେ, ଏହା ସାମାନ୍ୟ ସମୟ ନୁହେଁ । ଜଷ୍ଟିସ ଏମ ଆର ଶାହ କହିଛନ୍ତି ଯେ, ସରକାର ଗୋଟିଏ ପଟେ ମୋରାଟୋରିୟମ ଅଫର କରୁଛନ୍ତି ଅନ୍ୟପକ୍ଷରେ ସୁଧ ଉପରେ କିଛି ମଧ୍ୟ ଦେଉନାହାନ୍ତି । ଏହା ହାନିକାରକ’’ । ଅନ୍ୟପକ୍ଷରେ ଜଷ୍ଟିସ ଅଶୋକ ଭୁଷଣ ଏହି ମାମଲାରେ ଦୁଇଟି ପ୍ରସଙ୍ଗ  ଚିହ୍ନଟ କରିଛନ୍ତି- ଲୋନ୍ ଉପରେ ମୋରାଟୋରିୟମ ଓ ସୁଧ ଉପରେ ସୁଧ । ଯେଉଁ ବ୍ୟବସାୟ ପାଇଁ ଲୋନ୍ ନିଆଯାଇଥିଲା  ସେହି ବ୍ୟବସାୟ ଯଦି ମହାମାରୀ କାରଣରୁ ବନ୍ଦ ତେବେ ତାକୁ କେମିତି ଶୁଝାଯିବ ?

କ’ଣ ପାଇଁ ପ୍ରଶ୍ନ ଉଠୁଛି ?

ବିଭିନ୍ନ ସମୟରେ ବ୍ୟାଙ୍କ ଡୁବିଛି । ନିକଟରେ ପିଏମସି ବ୍ୟାଙ୍କ ଡୁବିଥିଲା । ଏଥିରେ ଯେଉଁମାନଙ୍କର ଖାତା ଥିଲା ସେମାନେ ଏପର୍ଯ୍ୟନ୍ତ ନିଜ ଟଙ୍କା ପାଇ ନାହାନ୍ତି । ଆରବିଆଇ ନିୟମ ଅନୁସାରେ ବ୍ୟାଙ୍କରେ ଥିବା ଜମା ଉପରେ ଏକ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି ରହିଛି । ଅର୍ଥାତ ଯଦି କୌଣସି କାରଣରୁ ବ୍ୟାଙ୍କ ଡୁବିଯାଏ ତେବେ ଆପଣଙ୍କୁ ୧ ଲକ୍ଷ ଟଙ୍କା ମିଳିବ । ଆପଣ ଯଦି ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କା ରଖିଥିବେ ତେବେ ମଧ୍ୟ ଆପଣ କେବଳ ଏକ ଲକ୍ଷ ପାଇବେ । ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ବ୍ୟାଙ୍କ ଲୋକଙ୍କ ପୁରା ଟଙ୍କା ନଫେରାଇବା ଆଇନ ଦୃଷ୍ଟିରୁ ଠିକ୍ ତେବେ ଲୋନ୍ ନେଇଥିବା ବ୍ୟକ୍ତି ଯଦି ଡିଫଲ୍ଟର ହୁଅନ୍ତି ତେବେ ସେଇଟା କେମିତି ବେଆଇନ୍ ହେବ ? ଭାରତର ସବୁ ବ୍ୟାଙ୍କରେ ଏବେ ୧୦୦ ଲକ୍ଷ କୋଟି ଟଙ୍କା ଜମା ରହିଛି । ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆରବିଆଇ କିସ୍ତି ଉପରେ ମୋରାଟୋରିୟମ ଲାଗୁ କରିଛି । ତେବେ ଲୋନକାରୀଙ୍କ କହିବା ହେଉଛି ସୁଧ ଉପରେ ଛାଡ କାହିଁକି ନୁହେଁ ?

ବ୍ୟାଙ୍କ କ’ଣ କେବଳ ଆୟ କରିବାକୁ ବସିଛନ୍ତି ?

ତର୍କ ଦିଆଯାଉଛି ଯେ, ବ୍ୟାଙ୍କଙ୍କ ଦ୍ୱାରା ଚକ୍ରବୃଦ୍ଧି ସୁଧ ଚାର୍ଜ୍ କରିବା ଅନୁଚିତ । ଆବେଦନକାରୀଙ୍କ ଓକିଲ ତର୍କ ଦେଇଛନ୍ତି ଯେ ‘‘ ସେମାନେ କହୁଛନ୍ତି ଯେ, ବ୍ୟାଙ୍କଙ୍କ ଲାଭ ହିଁ ସବୁକିଛି । କ’ଣ ବ୍ୟାଙ୍କ କେବଳ ଲାଭ କମାଇବାକୁ ବସିଛନ୍ତି,ତେଣିକି ଦେଶ ବରବାଦ ହୋଇଯାଉ ?

 

Leave a Reply