ଆଉ କିଛି ସମୟ ପରେ ମହାରାଷ୍ଟ୍ରକୁ ନେଇ ‘ସୁପ୍ରିମ୍’ ରାୟ

1 min read

ମୁମ୍ୱାଇ : ଆଉ କିଛି ସମୟ ପରେ ଅର୍ଥାତ୍ ପୂର୍ବାହ୍ନ ୧୦.୩୦ରେ ଆସିବ ମହାରାଷ୍ଟ୍ରକୁ ନେଇ ବଡ଼ ରାୟ । ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ରାୟ ଶୁଣାଇବେ । ମହାରାଷ୍ଟ୍ରରେ ବିଜେପି-ଏନସିପି ସରକାର ଗଠନକୁ ବିରୋଧ କରି ସୁପ୍ରିମକୋର୍ଟରେ କଂଗ୍ରେସ-ଶିବସେନା ପକ୍ଷରୁ ମାମଲା ଦାୟର ହୋଇଥିଲା । ଗତକାଲି ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏ ମାମଲାର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ ।

ମହାରାଷ୍ଟ୍ରରେ ଶୀଘ୍ର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟରେ ଦାବି କରିଥିଲେ କଂଗ୍ରେସ ଓ ଶିବସେନା ଓକିଲ ଅଭିଶେକ୍ ମନୁସିଂଘଭି। ତେବେ କୋର୍ଟ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ସେପଟେ ଗତକାଲି ମୁମ୍ୱାଇର ଫାଇଭ୍ ଷ୍ଟାର ଗ୍ରାଣ୍ଡ ହୟାତ୍ ହୋଟେଲରେ ଶିବସେନା-କଂଗ୍ରେସ ଓ ଏନସିପିର ୧୬୨ ବିଧାୟକଙ୍କୁ ଗଣମାଧ୍ୟମ ଆଗରେ ପରେଡ୍ କରାଯାଇଥିଲା ।

ଏଥିରେ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ସଂଜୟ ରାଓ୍ୱତ, କଂଗ୍ରେସ ନେତା ପୃଥ୍ୱୀରାଜ ଚୌହ୍ୱାଣ ପ୍ରମୁଖ ଉପସ୍ଥିତ ଥିଲେ । କୋର୍ଟଙ୍କ ରାୟ ପୂର୍ବରୁ ଶକ୍ତିପ୍ରଦର୍ଶନ କରିଥିଲେ ଏ ୩ ଦଳ । ବିଜେପିର କହିବା କଥା, ୧୩୭ ବିଧାୟକ ଏ ୩ ଦଳଙ୍କ ପାଖରେ ରହିଛନ୍ତି । ଆଜି ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି ସମସ୍ତଙ୍କର ନଜର । ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଶିବସେନାର ପ୍ରମୁଖ ନେତା ।

Leave a Reply