ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କୋଭିଡ୍ ମୃତକଙ୍କ ପରିବାରକୁ ସହାୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

Supreme Court Verdict On Corona Compensation Central Government

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟ ଅନୁକମ୍ପା ରାଶି ନିର୍ଦ୍ଧାରଣ କରିବେ ନାହିଁ । ସରକାର ଆଇନ୍ ଅନୁଯାୟୀ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ଦେଇ ପାରିବେ ।

Supreme Court Verdict On Corona Compensation Central Government

ସରକାର ନିଜ ସମ୍ବଳ ହିସାବରେ ଅନୁକମ୍ପା ରାଶି ସ୍ଥିର କରିବେ । କୋର୍ଟ ଆହୁରି କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁକମ୍ପା ରାଶି କେତେ ହେବ ସ୍ଥିର କରିବେ । ଆଗାମୀ ୬ ସପ୍ତାହ ମଧ୍ୟରେ ସରକାରଙ୍କୁ ଏନେଇ କୌଣସି ନିଷ୍ପତ୍ତି ନେବାକୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Supreme Court Verdict On Corona Compensation Central Government

କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ସରକାର ଦେବାକୁ ଆବେଦନକାରୀ କୋର୍ଟରେ ଦାବି କରିଥିଲେ । କେନ୍ଦ୍ର ସରକାର ପକ୍ଷ ରଖି କହିଥିଲେ ଏତେ ଟଙ୍କା ଅନୁକମ୍ପା ରାଶି ଭାବେ ଦେବା ସମ୍ଭବପର ନୁହେଁ । ଏହାଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ । କୋର୍ଟ କହିଥିଲେ, କୋଭିଡ୍ ମୃତକଙ୍କ ପରିବାରକୁ ଡେଥ୍ ସାର୍ଟିଫିକେଟ୍ ମିଳିବା ପ୍ରକ୍ରିୟାକୁ ସରକାର ସହଜ ସରଳ କରନ୍ତୁ । ଏଥିସହ ଏନଡିଏମଏ ନିଜ କର୍ତ୍ତବ୍ୟ ପାଳନ କରୁ ବୋଲି କୋର୍ଟ କହିଥିଲେ ।

Leave a Reply