ନାଗରିକତା ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
1 min read
ନୂଆଦିଲ୍ଲୀ: ନାଗରିକ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ନାଗରିକ ଆଇନ ୧୯୫୫ର ଧାରା ୬(କ)ର ସାମ୍ବିଧାନିକ ବୈଧତାକୁ ଯଥାର୍ଥ କହିଛନ୍ତି ସୁପ୍ରିମକୋର୍ଟ। ଏହି ଆଇନ ଅନୁସାରେ ୧ ଜାନୁଆରୀ ୧୯୬୬ରୁ ୨୫ ମାର୍ଚ୍ଚ ୧୯୭୧ ମଧ୍ଯରେ ଆସାମକୁ ପ୍ରବେଶ କରିଥିବା ବାହାର ନାଗରିକଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଥାଏ। ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ନେତୃତ୍ବାଧୀନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ଏହି ରାୟ ସମର୍ଥନରେ ୪ ବିଚାରପତି ରହିଥିବାବେଳେ ଜଣେ ବିଚାରପତି ଏହା ବିରୋଧରେ ରାୟ ଦେଇଛନ୍ତି। ସିଜେଆଇ କହିଛନ୍ତି- ବାଂଲାଦେଶ ଗଠନ ହେବା ପରେ ସୃଷ୍ଟି ହୋଇଥିବା ସମସ୍ଯା ପରେ କରାଯାଇଥିବା ଆସାମ ଚୁକ୍ତି ଏକ ରାଜନୈତକ ସମାଧାନ ଧର୍ମୀ ଘଟଣା ଥିଲା। ଏହି ସମସ୍ଯାର ସମାଧାନ ଲାଗି ଧାରା ୬(କ) ଏକ ବିଧେୟକଧର୍ମୀ ଥିଲା। କଟ-ଅଫ ତାରିଖ ୨୫ ମାର୍ଚ୍ଚ ୧୯୭୧ ଯଥାର୍ଥ ଥିଲା କାରଣ ଏହି ତାରିଖରେ ବାଂଲାଦେଶ ମୁକ୍ତିଯୁଦ୍ଧ ଶେଷ ହୋଇଥିଲା ବୋଲି କହିଛନ୍ତି ଖଣ୍ଡପୀଠ।