ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ଭିତରେ ଦେବାକୁ ହେବ ଅପରାଧିକ ତଥ୍ୟ

1 min read
Supreme Court Verdict Contempt Proceedings Against Political Party Details

ନୂଆଦିଲ୍ଲୀ: ରାଜନୀତିରେ ଅପରାଧ ସମ୍ପର୍କିତ ଏକ ମାମଲାର ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କ ସମ୍ପର୍କିତ ସମସ୍ତ ଜଣାଇବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଥିବ ଅଥବା କୌଣସି ମାମଲାରେ ସେ ଅଭିଯୁକ୍ତ ଥିବେ । ତା’ହେଲେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ବାବଦରେ ସମସ୍ତ ତଥ୍ୟ ଦେବେ ।

Supreme Court Verdict Contempt Proceedings Against Political Party Details

ରାଜନୈତିକ ଦଳ ନିର୍ବାଚନ ପାଇଁ ଚୟନ କରିଥିବା ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶିତ କରିବେ । ଏହାକୁ ନେଇ ୨୦୨୦ ଫେବ୍ରୁଆରୀ ୧୩ରେ ସୁପ୍ରିମକୋର୍ଟ ଏନେଇ ଦେଇଥିବା ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି । ୨୦୨୦ ନିଷ୍ପତ୍ତିର ପାରାଗ୍ରାଫ ୪.୪ରେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ଅଥବା ନାମାଙ୍କନ ଦାଖଲ ପୂର୍ବରୁ ଅତି କମରେ ୨ ସପ୍ତାହ ପୂର୍ବରୁ ଅପରାଧିକ ତଥ୍ୟ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ନିର୍ବାଚନ ଆୟୋଗ, ସୁପ୍ରିମକୋର୍ଟଙ୍କୁ କହିଥିଲେ- ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଦେଉ ନଥିବା ଜାତୀୟ ଦଳ ଆଦେଶ ଉଲ୍ଲଂଘନ କଲେ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରି ଦିଆଯିବ । ସୁପ୍ରିମକୋର୍ଟ ଆଦେଶ ଉଲ୍ଲଂଘନ କଲେ ନିର୍ବାଚନକୁ ନିଲମ୍ବନ କରାଯିବା ନେଇ ନିର୍ବାଚନ ଆୟୋଗ ପରାମର୍ଶ ଦେଇଥିଲେ ।

Leave a Reply