ଜାରି ରହିବ EWS ସଂରକ୍ଷଣ ବ୍ୟବସ୍ଥା, ୧୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: EWS ସଂରକ୍ଷଣକୁ ନେଇ ସୁପ୍ରିମ ଫଇସଲା। ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ । ଦେଶରେ ଜାରି ରହିବ EWS ସଂରକ୍ଷଣ ବ୍ୟବସ୍ଥା । ୫ ଜଣ ଜଷ୍ଟିସଙ୍କ ମଧ୍ୟରୁ ୩ ଜଣ ସଂରକ୍ଷଣ ସପକ୍ଷରେ ମତ ରଖିଛନ୍ତି । ସଂରକ୍ଷଣ ସମାନତା ସମ୍ବିଧାନର ଉଲ୍ଲଂଘନ କରୁନାହିଁ ବୋଲି ଜଷ୍ଟିସ ମାହେଶ୍ୱରୀ ଯୁକ୍ତି ରଖିଛନ୍ତି। ପୀଠର ତିନି ଜଣ ଜଷ୍ଟିସ କୋଟା ସପକ୍ଷରେ ରାୟ ରଖିଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ କୋଟା ବ୍ୟବସ୍ଥାକୁ ବିରୋଧ କରିଛନ୍ତି ।

୨୦୧୯ରେ ସମ୍ବିଧାନ ସଂଶୋଧନ କରାଯାଇ EWS ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ସାଧାରଣ ବର୍ଗର ଗରିବ ପରିବାରର ପିଲାଙ୍କ ଚାକିରି ଓ ପାଠପଢ଼ା କ୍ଷେତ୍ରରେ ସଂରକ୍ଷଣ ପାଇଁ ସଂସଦରେ ଏହି ବିଲ୍ ପାରିତ ହୋଇଥିଲା । ମାତ୍ର ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ୪୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଥିଲା। ୨୭ ଡିସେମ୍ବରରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଇଡବ୍ଲୁଏସ କୋଟା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରିଛି କି ନାହିଁ ତାହାର ଶୁଣାଣି କରିଥିଲେ ୫ଜଣିଆ ସାମ୍ବିଧାନିକ ପୀଠ । ଏହି ମାମଲାର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ପ୍ରତିନିଧିତ୍ୱ କରିଥିବା ବେଳେ ଶିକ୍ଷାବିତ ମୋହନ ଗୋପାଳ ଏବଂ ଅନ୍ୟ ବରିଷ୍ଠ ଓକିଲମାନେ ଇଡବ୍ଲୁଏସ କୋଟା ବିରୋଧରେ ପକ୍ଷ ରଖିଥିଲେ। …