ସୁପ୍ରିମକୋର୍ଟରେ ଶିବସେନା ମାମଲାର ଶୁଣାଣି କାଲି

1 min read

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା । ଶିବସେନା ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ିବାକୁ ରାଜି ହୋଇଛନ୍ତି । ତେବେ ଆଜି କୋର୍ଟରେ ଆଉ ଏ ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି କପିଲ ଶିବଲଙ୍କ ସହଯୋଗୀ କହିଛନ୍ତି ।

ତେବେ ସୁପ୍ରିମକୋର୍ଟରେ ଶିବସେନା ମାମଲାର ଶୁଣାଣି ଆସନ୍ତାକାଲି ହେବ । ଆସନ୍ତାକାଲି ଜରୁରୀକାଳୀନ ମାମଲାରେ କୋର୍ଟ ଏହାକୁ ଲିଷ୍ଟିଂ କରିଥିବା ଶିବସେନାର ଆଉଜଣେ ଓକିଲ ସୁନୀଲ୍ ଫର୍ଣ୍ଣାଣ୍ଡିଜ୍ କହିଛନ୍ତି । ଶୁଣାଣିନେଇ କୋର୍ଟ ସମୟ ଧାର୍ଯ୍ୟ କରିବା ସଂପର୍କରେ ବିସ୍ତୃତ ସୂଚନା ମିଳିପାରିନାହିଁ ।

ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇ ନୁହନ୍ତି ବରିଷ୍ଠ ବିଚାରପତି ଏସ.ଏ ବୋବଡେ ଏମି ମାମଲାର ଶୁଣାଣି କରିପାରନ୍ତି । ')}

Leave a Reply