spot_img

Latest Posts

ଆଜି ସୁପ୍ରିମକୋର୍ଟରେ ସିଏଏ ଶୁଣାଣି, ଆବେଦନ ହୋଇଛି ୨୩୭ ମାମଲା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହେବ ସିଏଏ ଶୁଣାଣି । ଆବେଦନ ହୋଇଛି ୨୩୭ଟି ମାମଲା । ଦେଶରେ ସିଏଏ ବା ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ମାର୍ଚ୍ଚ ୧୧ରୁ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବା ପରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ସିଏଏକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ଏହି ଆଇନ ବିରୁଦ୍ଧରେ ଅନେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ କରିଛନ୍ତି । ଏହି ଆଇନ ନେଇ ସର୍ବୋଚ୍ଚ ଅଦାଲତାରେ ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଏହି ମାମଲା ଉପରେ ଶୁଣାଣି କରିବେ। କଂଗ୍ରେସ ଏବଂ ଆପ୍ ସମେତ ଅନେକ ବିରୋଧୀ ଦଳ ନାଗରିକତା ଆଇନକୁ ବିରୋଧ କରୁଛନ୍ତି ।

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଏହି ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରୁଛନ୍ତି। ଯାହା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ୧୧ ନଭେମ୍ବର ୨୦୧୯ରେ ସଂସଦରେ ସିଟିଜେନ ଆମେଣ୍ଟମେଣ୍ଟ ଆକ୍ଟ ବା ସିଏଏ ବିଲ୍ ପାରିତ ହୋଇଥିଲା ।

Latest Posts

Don't Miss