ଏଥର ବଡଦାଣ୍ଡରେ ଗଡିବ ନାହିଁ କାଳିଆ ରଥ,ଯାତ୍ରା ପାଇଁ ଅନୁମତି ଦେଲେ ନାହିଁ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ/ଭୁବନେଶ୍ୱର: ରଥଯାତ୍ରା ହେବ କି ହେବ ନାହିଁ ? ଜଗତର ନାଥ ଜଗନ୍ନାଥ ବଡଦାଣ୍ଡକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ କି ନାହିଁ ? କରୋନା କାଳରେ ଗତ ତିନି ମାସ ଧରି ଓଡ଼ିଶାରେ ଏହା ଥିଲା ବଡ ପ୍ରଶ୍ନ । ଆଜି ସୁପ୍ରିମକୋର୍ଟ ଆପାତତଃ ଯାତ୍ରା ନେଇ ଉତ୍ତର ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନକୁ ସ୍ଥଗିତ ରଖିଛନ୍ତି ।

ଯେକୌଣସି ଯାତ୍ରା ହେଲେ ଜନ ସମାଗମ ହେବା ସ୍ୱାଭାବିକ । ପୂର୍ବରୁ ଏଭଳି ଅନେକ ଅନୁଭୂତି ରହିଛି । ତେଣୁ, ଅନୁମତି ଦେଲେ ବ୍ୟାପକ ଜନସମାଗମ ହେବା ଦୃଷ୍ଟିରୁ ସୁପ୍ରିମକୋର୍ଟ ଚଳିତ ବର୍ଷ ରଥଯାତ୍ରାକୁ ଅନୁମତି ଦେଇନାହାଁନ୍ତି ।

ଚଳିତ ବର୍ଷ ରଥଯାତ୍ରାକୁ ନେଇ ଲକଡାଉନ୍ ଆରମ୍ଭରୁ ହିଁ ଆଶଙ୍କା ଦେଖା ଯାଇଥିଲା । କେନ୍ଦ୍ର ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଧର୍ମାନୁଷ୍ଠାନକୁ ବନ୍ଦ କରାଯାଇଥିଲା । ଧର୍ମାନୁଷ୍ଠାନ ମଧ୍ୟଙ୍କୁ ଭକ୍ତଙ୍କ ଯିବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା । ତେବେ ଲକଡାଉନ୍ ହଟିବା ପରେ ରଥଯାତ୍ରା ହେବା ନେଇ ଆଶା ସୃଷ୍ଟି ହୋଇଥିଲା । ଦୁଇଦିନ ତଳେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେଉଳ ପୁରୋହିତଙ୍କୁ ରଥ ପ୍ରତିଷ୍ଠା ସେବା ନେଇ ଦିଆଯାଇଛି ପତ୍ର ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ରଥଯାତ୍ରା ବନ୍ଦ ପାଇଁ ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଗତ ୧୧ ତାରିଖରେ ସୁପ୍ରିମକୋର୍ଟର ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ । ଯାହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି । ରଥଯାତ୍ରା ସମୟରେ ଲୋକ ଗହଳିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଚଳିତ ବର୍ଷ ଯାତ୍ରାକୁ ବନ୍ଦ ରଖିବାକୁ କହିଛନ୍ତି । । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦ୍ଵାରା ଗଠିତ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ ।

ଅନ୍ୟପକ୍ଷରେ ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାଶ ମହାପାତ୍ର  ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ  ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ହିନ୍ଦୁ ଧର୍ମ ପ୍ରତି ଏହା କୁଠାର ଘାତ  । ମତାନ୍ତର ମନାନ୍ତର ଆରମ୍ଭ ହୋଇ ଯିବ  । ସୁପ୍ରିମ କୋଟଙ୍କ ନିଷ୍ପତି ଆମେ ସହଜ ରେ ଗ୍ରହଣ କରି ପାରୁନୁ ।

 

Leave a Reply