ପ୍ରବାସୀଙ୍କ ଓଡ଼ିଶା ଫେରିବା ନେଇ ଜରୁରୀ ନୁହେଁ ଟେଷ୍ଟିଂ, ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ: ବିନା କରୋନା ଟେଷ୍ଟରେ ପୂର୍ବଭଳି ଓଡ଼ିଶା ଫେରି ପାରିବେ ପ୍ରବାସୀ ଓଡ଼ିଆ । ଆଗ ଟେଷ୍ଟ ପରେ ଓଡ଼ିଶା ମଧ୍ୟକୁ ପ୍ରବେଶ ବୋଲି ଗତକାଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଲାଗୁ କରିଛନ୍ତି । ପ୍ରବାସୀଙ୍କ ରାଜ୍ୟକୁ ଫେରିବା ପୂର୍ବରୁ କୋରନା ଟେଷ୍ଟିଂକୁ ବାଧ୍ୟତାମୁଳକ କରିବା ପାଇଁ ଗତକାଲି ହାଇକୋର୍ଟ ରାୟ ଦେଇଥିଲେ । ଯାହା ଉପରେ ଶୁକ୍ରବାର ଦିନ ଜଷ୍ଟିସ ଅଶୋକ ଭୂଷଣ, ଏସ.କେ କୌଲ ଓ ବି.ଆର ଗାଭାଇଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରହିତାଦେଶ ଲାଗୁ କରିଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଗତକାଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଥିଲେ ଯେ, ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ପ୍ରତ୍ୟେକ ପ୍ରବାସୀଙ୍କ କରୋନା ଟେଷ୍ଟ ହେଉ । ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦିଆଯାଉ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ରାଜ୍ୟ ସରକାର କରିବା ଆବଶ୍ୟକ ।

 

ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ରହିତାଦେଶ ଲାଗୁ କରିଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, ଲୋକଙ୍କ ପରୀକ୍ଷଣ କରିବାକୁ ଚାହୁଁଥିଲେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପଡ଼ିବ କିନ୍ତୁ ରାଜ୍ୟ ଭିତରକୁ ସେମାନଙ୍କ ପ୍ରବେଶକୁ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧିତ କରାଯାଇପାରିବ ନାହିଁ ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ପ୍ରବାସୀଙ୍କ କରୋନା ପରୀକ୍ଷାକୁ ହାଇକୋର୍ଟ ବାଧ୍ୟତାମୂଳକ କରିବା ପରେ ସୂରଟର ପ୍ରବାସୀଙ୍କୁ ନେଇ ଫେରିବାକୁ ଥିବା ୩ଟି ଟ୍ରେନକୁ ଗତକାଲି ବାତିଲ କରାଯାଇଥିଲା ।

 

Leave a Reply