ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଜୁଲାଇ ସୁଦ୍ଧା ଲାଗୁ କର ୱାନ୍ ନେସନ ୱାନ୍ ରାସନ କାର୍ଡ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଏନଆଇସି ସହଯୋଗରେ ଏକ ୱେବସାଇଟ୍ ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ । ଏଥିସହ ୨୦୨୧ ଜୁଲାଇ ୩୧ ସୁଦ୍ଧା ସମସ୍ତ ଶ୍ରମିକଙ୍କ ପଞ୍ଜିକରଣ ସାରିବାକୁ କୋର୍ଟ କହିଛନ୍ତି ।

Supreme Court Says Implement One Nation One Ration Card Scheme By 31st July

କୋର୍ଟ କହିଛନ୍ତି, ଜୁଲାଇ ୨୧ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ବିତରଣ ପାଇଁ ଯୋଜନା ଲାଗୁ କରାଯାଉ । ଉକ୍ତ ଯୋଜନା ମହାମାରୀ ସରିବା ଯାଏ ଜାରି ରଖାଯାଉ । ଏଥିସହ ସମସ୍ତ ରାଜ୍ୟରେ ୱାନ୍ ନେସନ ୱାନ୍ ରାସନ କାର୍ଡ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି ।

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯ ପ୍ରକାରେ ସମସ୍ତ ପ୍ରତିଷ୍ଠାନ ଓ ଠିକାଦାରଙ୍କୁ ପଞ୍ଜିକରଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବା ସ୍ଥାନରେ ରାଜ୍ୟ ସରକାର କମ୍ୟୁନିଟି କିଚେନ୍ କରିବା ପାଇଁ କୋର୍ଟ କହିଛନ୍ତି । ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମହାମାରୀ ସରିବା ଯାଏ ଜାରି ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

Leave a Reply