ବାପା ସମ୍ପତ୍ତିରେ ଝିଅର ରହିଛି ପୂର୍ଣ୍ଣ ଅଧିକାର, ଦ୍ୱନ୍ଦ୍ୱ ଦୂରକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଝିଅ ସବୁବେଳେ ତା ବାପାଙ୍କ ପାଇଁ ଝିଅ ହୋଇ ରହିଥାଏ  । ତେଣୁ ତାର ବାପାଙ୍କ ସମ୍ପତ୍ତି ଉପରେ ପୁଅଙ୍କ ସହ ସବୁବେଳେ ସମାନ ଅଧିକାର ରହିଛି  । ଦ୍ୱନ୍ଦ୍ୱ ଦୂର କରି ଆଜି ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ୨୦୦୫ ଉତ୍ତରାଧିକାର ଆଇନ ସଂଶୋଧନ ହେବା ପୂର୍ବରୁ ଯଦି ବାପାଙ୍କ ମୃତ୍ୟୁ ହୋଇଯାଇଥିବ ତେବେ ବି ଝିଅଙ୍କୁ ସମ୍ପତ୍ତି ମିଳିବାରେ କୌଣସି ବାଧା ରହିବ ନାହିଁ  ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଛନ୍ତି  ।

୨୦୦୫ ସେପ୍ଟେମ୍ବର ୫ ତାରିଖରେ ଅବିଭାଜିତ ହିନ୍ଦୁ ପରିବାର ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରାଯାଇଥିଲା  । ଏଥିରେ ଝିଅମାନଙ୍କୁ ବାପାଙ୍କ ସଂପତ୍ତିର ବରାବର ଅଂଶୀଦାର ବୋଲି ବିଚାର କରାଯାଇଥିଲା  । ତଥାପି ଏହି ଆଇନରେ ସଂଶୋଧନ ପୂର୍ବରୁ ଯଦି କାହାରି ପିତାଙ୍କ ମୃତ୍ୟୁ ଘଟିଥାଏ ତେବେ ବି ଝିଅଙ୍କୁ ତାର ଅଧିକାର ମିଳିବ ବୋଲି କୁହାଯାଇଛି  ।

Leave a Reply