ରିୟାଙ୍କ ବିରୋଧରେ ହୋଇଥିବା ମାମଲାକୁ ମୁମ୍ୱାଇ ପୋଲିସକୁ ସ୍ଥାନାନ୍ତରଣ ପ୍ରସଙ୍ଗରେ ରାୟ ସଂରକ୍ଷିତ କଲା ସୁପ୍ରିମକୋର୍ଟ………

ନୂଆଦିଲ୍ଲୀ: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଉପରେ ଶୁଣାଣି କରି ସୁପ୍ରିମୋ କୋର୍ଟ ରାୟ ସଂରକ୍ଷିତ ରଖିଛି । ବିଚାରପତି ହୃଷିକେଶ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଅଭିଯୋଗର ଶୁଣାଣି କରୁଥିଲେ । ବରିଷ୍ଠ ଓକିଲ ମନିନ୍ଦର ସିଂହ ବିହାର ସରକାରଙ୍କ ତରଫରୁ, ଏଏମ୍ ସିଂଘବୀ ମହାରାଷ୍ଟ୍ର ସରକାରଙ୍କ ତରଫରୁ, ଶ୍ୟାମ ଦିଓ୍ୱାନ ରିୟାଙ୍କ ତରଫରୁ ଓ ବିକାଶ ସିଂହ ସୁଶାନ୍ତ ସିଂଙ୍କ ପରିବାର ତରଫରୁ ଓକିଲାତି କରୁଥିଲେ । ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗରେ ସୁଶାନ୍ତ ସିଂଙ୍କ ପରିବାରର ମାମଲାର ଦାୟିତ୍ୱ ବିହାର ପୋଲିସଠାରୁ ଆଣି ମୁମ୍ୱାଇ ପୋଲିସକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ସୁଶାନ୍ତଙ୍କ ବାପା ବିହାର ପୋଲିସରେ ମାମଲା ଦାୟର କରିବା ପରେ ରିୟା ଏଭଳି ଅଭିଯୋଗ କରିଥିଲେ ।

ତେବେ ବେଞ୍ଚ ଏବେ ମାମଲା ସ୍ଥାନାନ୍ତରଣ ନେଇ ନିଷ୍ପତ୍ତି ନେଇ ସାରିଛି ଓ ରାୟକୁ ସଂରକ୍ଷଣ କରିସାରିଛି । ସୁଶାନ୍ତଙ୍କ ପରିବାର ତରଫରୁ କେସ୍ ଲଢିଥିବା ଓକିଲ ନ୍ୟାୟଧିଶଙ୍କୁ କହିଥିଲେ ଯେ ସୁଶାନ୍ତଙ୍କ ପରିବାରର ବିହାର ପୋଲିସ ପାଖରେ ମାମଲା ଦାୟର କରିବାକୁ ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହାବ୍ୟତୀତ ପରିବାରର ଅଭିଯୋଗ ଅନୁଯାୟୀ ମୁମ୍ୱାଇ ପୋଲିସ ନିରପେକ୍ଷ ତଦନ୍ତ କରୁନାହିଁ । ସୁଶାନ୍ତଙ୍କ ମୃତଦେହକୁ କିଏ ଦଳକୁ ଓହ୍ଲାଇଲେ ସେ ନେଇ ମୁମ୍ୱାଇ ପୋଲିସ ପାଖରେ ଉତ୍ତର ନାହିଁ ।

ସେହିଭଲି ବିହାର ପୋଲିସ ଅଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କ୍ୱାରେଣ୍ଟାଇନ କରାଗଲା । ଏହା ବ୍ୟତୀତ ସେ ମୁମ୍ୱାଇ ମୁନିସିପାଲିଟି କର୍ପୋରେସନ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ଅନ୍ୟପକ୍ଷରେ ମୁମ୍ୱାଇ ସରକାରର ପକ୍ଷ ରଖୁଥିବା ଓକିଲ ଏଭଳି ଆରୋପକୁ ଖାରଜ କରିଥିଲା । ତାଙ୍କ କହିବା କଥା ଯେ ଗତ ୪୦ ଦିନ ମଧ୍ୟରେ ମୁମ୍ୱାଇ ପୋଲିସ ୫୦ ଜଣ ବ୍ୟକ୍ତିଙ୍କୁ ଜେରା କରିଛି । ତେଣୁ ମୁମ୍ୱାଇ ପୋଲିସ ସହ ବିଚାର କରି ସିବିଆଇଙ୍କ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଯାଉ । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ବେଞ୍ଚ ନିକଟରେ ମୁମ୍ୱାଇ ପୋଲିସ ତଦନ୍ତ ରିପୋର୍ଟ ଦାଖଲ କରିଛି ।

Leave a Reply