‘SEBCଙ୍କୁ ଚିହ୍ନଟ କରିବା ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କର’

SC Rejects Odisha's SLP On Challenging NGT Order Over Polavaram

ନୂଆଦିଲ୍ଲୀ: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ବା ଏସଇବିସିଙ୍କୁ ଚିହ୍ନଟ କରିବା ଦାୟିତ୍ବ କେବଳ କେନ୍ଦ୍ର ସରକାରଙ୍କର । ରାଜ୍ୟ ନିକଟରେ ଏହି କ୍ଷମତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନେଇ କେନ୍ଦ୍ରର ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଗତ ମେ’ ୫ ତାରିଖରେ କୋର୍ଟ ଦେଇଥିବା ରାୟର ପୁନଃସମୀକ୍ଷା ପାଇଁ କେନ୍ଦ୍ରର ଆବେଦନକୁ ଖାରଜ କରି କୋର୍ଟ ଏହା କହିଛନ୍ତି । ଏବେ କେନ୍ଦ୍ର ସରକାର ଏହି ରାୟକୁ ନେଇ ଏକ କ୍ୟୁରେଟିଭ ରିଟ୍ ପିଟିସନ ଦାଏର କରିବେ ବୋଲି ସୂଚନା ମିଳିଛି ।

ସୁପ୍ରିମକୋର୍ଟଙ୍କ ରାୟର ପୁନଃ ସମୀକ୍ଷା ଲାଗି କେନ୍ଦ୍ର ନିକଟରେ ଏହା ଶେଷ ବିକଳ୍ପ । ନଚେତ୍ ସରକାର ପ୍ରସଙ୍ଗକୁ ସଂସଦରେ ଉଠାଇବେ । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଗତ ମେ ୫ ତାରିଖରେ ଦିଆଯାଇଥିବା ରାୟର ପୁନଃ ସମୀକ୍ଷା କରାଯାଇଛି । ମାତ୍ର ଏହାକୁ ପରିବର୍ତ୍ତନ କରିବାର କୌଣସି କ୍ଷେତ୍ର ନାହିଁ । ଗତ ମେ ୫ରେ ମରାଠା ସମ୍ପ୍ରଦାୟଙ୍କୁ ଆଡମିଶନ ଓ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ନେଇ ମହାରାଷ୍ଟ୍ର ସରକାରଙ୍କ ଏକ ଆଇନକୁ ଖଣ୍ଡପୀଠ ଖାରଜ କରିଥିଲେ ।

Leave a Reply