ସୁପ୍ରିମକୋର୍ଟରେ ପହଞ୍ଚିଲା ଜ୍ଞାନବ୍ୟାପୀ ମସଜିଦ୍ ସର୍ବେକ୍ଷଣ ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜ୍ଞାନବାପୀ ମସଜିଦ୍ ସର୍ବେକ୍ଷଣ ମାମଲା । ବାରଣାସୀ କୋର୍ଟ ଦେଇଥିବା ସର୍ଭେ ଅର୍ଡରରେ ରୋକ ଲଗାଇବାକୁ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମସଜିଦ୍ ସମିତି ସଦସ୍ୟ । ତେବେ ମାମଲାର  ଶୁଣାଣି ପୂର୍ବରୁ ସର୍ଭେ ଉପରେ ତତ୍କାଳ ରୋକ୍ ଲଗାଇବାକୁ ମନା କରିଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ଖଣ୍ଡପୀଠ । ଗତକାଲି ବାରାଣସୀର ଜ୍ଞାନବାପୀ ମସଜିଦ୍ ଭିତରେ ସର୍ଭେ ଭିଡିଓଗ୍ରାଫିରେ ରୋକ ଲଗାଇବା ସହ ସର୍ଭେ ଟିମ୍ କମିଶନଙ୍କୁ ହଟାଇବାକୁ ମନା କରିଥିଲେ ।

ଭିଡିଓଗ୍ରାଫି ବିରୋଧରେ ଆଗତ ଆବେଦନକୁ ଖାରଜ କରି କୋର୍ଟ ଏହି ରାୟ ଦେଇଥିଲେ । ଭିଡିଓଗ୍ରାଫି ସଂପର୍କିତ ରିପୋର୍ଟ ଆସନ୍ତା ୧୭ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ତଦାରଖ ଟିମକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେ ଟିମରେ ସାମିଲ ହେବାକୁ ଆଉ ଦୁଇଜଣ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି କୋର୍ଟ । ତେବେ ଆସନ୍ତାକାଲିଠାରୁ ପୁଣି ସର୍ଭେ ଆରମ୍ଭ ହେବ । ମୁସଲିମ ପକ୍ଷଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ଏ ନେଇ ନିଷ୍ପତ୍ତି ନେଇଛି ।