ଘୃଣା ସୃଷ୍ଟି କରୁଥିବା କଣ୍ଟେଣ୍ଟ ଉପରେ ଲାଗିବ ଲଗାମ୍‌: କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ହେଟ ସ୍ପିଚ (ଘୃଣ୍ୟ ମନ୍ତବ୍ୟ)କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ’ମତବ୍ୟକ୍ତର ସ୍ବାଧିନତା’ ନାମରେ ସବୁକିଛି ଯଥାର୍ଥ କରିବାକୁ ପ୍ରୟାସ କରାଯାଉଛି । ଏହା ନିଶ୍ଚିତ ଭାବେ ବିପଦଜ୍ଜନକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ନ୍ୟାୟମୂର୍ତ୍ତୀ ବିଭି ନାଗରତ୍ନା ଓ ନ୍ୟାୟମୂର୍ତ୍ତୀ ଅଗଷ୍ଟିନ ଜର୍ଜ ଫ୍ରାନସିସ ବିଶ୍ବନାଥନଙ୍କ ବେଞ୍ଚ ଦ୍ବାରା ଏହି ଶୁଣାଣି କରାଯାଇଥିଲା । ବେଞ୍ଚ ପକ୍ଷରୁ କୁହାଯାଇଛି, ଘୃଣ୍ୟ ମନ୍ତବ୍ୟ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଜରୁରୀ । ମାତ୍ର କାହାର କହିବାର ସ୍ବାଧିନତାକୁ ଯେପିର ଚାପି ନ ଦିଆଯାଏ, ତାହା ସୁନିଶ୍ଚିତ କରିବା ମଧ୍ୟ ଜରୁରୀ ।

ଲୋକଙ୍କୁ ମତବ୍ୟକ୍ତର ସ୍ବାଧିନତାର ମୂଲ୍ୟ ବୁଝିବା ଉଚିତ । ରାଜ୍ୟକୁ ପ୍ରତି ଥର କାର୍ଯ୍ୟାନୁଷ୍ଠାନ ନେବା ଭଳି ସ୍ଥିତି ଉପୁଜିବା ଅନୁଚିତ । ହେଟ ସ୍ପିଚ ପରି କଣ୍ଟେଣ୍ଟ ଉପରେ କିଛି ନିୟନ୍ତ୍ରଣ ଜରୁରୀ । ହେଟ ସ୍ପିଚ ପରି କଣ୍ଟେଣ୍ଟ ଉପରେ କିଛି ନିୟନ୍ତ୍ରଣ ଜରୁରୀ । ସାଧାରଣ ନାଗରିକଙ୍କୁ ମଧ୍ୟ ଏପରି କଣ୍ଟେଣ୍ଟକୁ ଶେୟାର କରିବା, ପ୍ରମୋଟ କରିବା ବା ଲାଇକ କରିବାରୁ ନିବୃତ୍ତ ରହିବା ଉଚିତ ବୋଲି ବେଞ୍ଚ କହିଛନ୍ତି ।