ତ୍ରିପୁରାରେ ନିରପେକ୍ଷ ମତଦାନ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତ୍ରିପୁରାରେ ଶୃଙ୍ଖଳିତ ଓ ନିରପେକ୍ଷ ମତଦାନ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ କଡ଼ା ସୁରକ୍ଷା ବଳୟରେ ଭୋଟଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଜି ସକାଳ ୭ଟାରୁ ପୌର ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି ।

କିଛି ସ୍ଥାନରେ ଭୋଟରଙ୍କୁ ମତଦାନ କରିବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଏପରିକି କିଛି ସ୍ଥାନରେ ଭୋଟରଙ୍କୁ ଧମକ ଦିଆଯାଉଥିବା ଟିଏମସି କର୍ମୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ  ଶାନ୍ତିଶୃଙ୍ଖଳାର ସହ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୃହମନ୍ତ୍ରଣାଳୟ ପକ୍ଷରୁ ଘଟଣାସ୍ଥଳକୁ ସିଏପିଏଫର ଦୁଇଟି ପ୍ଲାଟୁନ ଫୋର୍ସ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜିପି ଓ ଗୃହ ସଚିବ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବୁଥରେ ଆବଶ୍ୟକ ସିଏପିଏଫ୍ ଯବାନ ମୁତୟନ ହେବା ଜରୁରୀ । ପୁଲିଂ ଅଫିସରମାନେ ମଧ୍ୟ ଆବଶ୍ୟକ ସ୍ଥଳରେ ସିଏପିଏଫଙ୍କ ସହାୟତା ନେଇ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ସର୍ବୋଚ୍ଚ କୋର୍ଟ କହିଛନ୍ତି ।

Leave a Reply