୧୪ ବର୍ଷର ଝିଅ ହେଲା ମାଆ: ସୁପ୍ରିମକୋର୍ଟଙ୍କ ଆଦେଶ, ଦୁଷ୍କର୍ମ କରିଥିବା ୮୫ ବର୍ଷ ବୃଦ୍ଧଙ୍କ ହେବ DNA ଟେଷ୍ଟ

Supreme Court Order DNA Test of 85 Year Old Accused for Raping a Minor In West Bengal

ନୂଆଦିଲ୍ଲୀ: ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୮୪ ବର୍ଷ ବୟସ୍କ ବୃଦ୍ଧଙ୍କ ଡିଏନ୍ଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଶିଶୁର ପିତା ଜାଣିବା ପାଇଁ ଉଭୟ ଶିଶୁ ଏବଂ ଅଭିଯୁକ୍ତଙ୍କ ଡିଏନ୍ଏ ପରୀକ୍ଷା କରିବା ଆବଶ୍ୟକ ।

 

ଜଣାଇ ରଖୁଛୁ ଯେ, ଏହି ମାମଲା ପଶ୍ଚିମବଙ୍ଗର ମାଟିଗାରା ଅଞ୍ଚଳରେ ୨୦୧୨ ମସିହାରେ ହୋଇଥିଲା ଯାହାକି ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ସମଗ୍ର ମାମଲାରେ ଅଭିଯୁକ୍ତ ଜଣେ ୮୪ ବର୍ଷ ବୟସ୍କା ବ୍ୟକ୍ତି, ଯିଏ ୧୪ ବର୍ଷର ବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଝିଅଟି ଏକ ସନ୍ତାନ ଜନ୍ମ ଦେଇଛି, ତେବେ ଏହି ଶିଶୁଟିର ବାପା କିଏ ଜାଣିବା ପାଇଁ ଏହି ମାମଲା ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଛି ।

ଅଭିଯୁକ୍ତଙ୍କ ଓକିଲ କପିଲ ସିବଲ ତାଙ୍କ ମହକିଲଙ୍କୁ ବଞ୍ଚାଇବା ପାଇଁ ଯୁକ୍ତି ବାଢ଼ିଛନ୍ତି ଯେ, ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଏବଂ ବୟସ ଏପରି ନୁହେଁ ଯେ ସେ ଜଣେ ଝିଅର ଦୁଷ୍କର୍ମ କରିପାରିବେ। ତେବେ ସୁପ୍ରିମକୋର୍ଟ ବୃଦ୍ଧଙ୍କ ଓକିଲଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ବୃଦ୍ଧ ଓ ଶିଶୁଙ୍କ ଡିଏନ୍ଏ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜଣାଇ ରଖୁଛୁ ଯେ, ଏହି ମାମଲାରେ ବୃଦ୍ଧ ଜଣଙ୍କ ପୂର୍ବରୁ କୋଲକାତା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ, କିନ୍ତୁ ସେଠାରୁ ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା। ଏହାପରେ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ଯେତେବେଳେ ଏହି ଘଟଣା ଘଟିଲା, ବୃଦ୍ଧଙ୍କ ବୟସ ୭୬ ବର୍ଷ ଥିଲା । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଅଶୋକ ଭୂଷଣ ବୃଦ୍ଧଙ୍କ ଡିଏନ୍ଏ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply