ବଟି ଆଦାୟ ମାମଲାରେ ଅନୀଲ ଦେଶମୁଖଙ୍କୁ ଝଟକା, CBI ଯାଞ୍ଚ ଉପରେ ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

Supreme Court Okays CBI Probe For Ex Minister Anil Deshmukh

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଝଟ୍‌କା । ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ଇସ୍ତଫା ଦେବା ପୂର୍ବରୁ ଅନୀଲ ଦେଶମୁଖ ବଡ଼ ପଦରେ ଥିଲେ । ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପରମବୀର ସିହଂ ମଧ୍ୟ ପୋଲିସ ବିଭାଗର ବଡ଼ ପଦାଧିକାରୀ ଥିଲେ । ତେଣୁ ଦୁଇ ଉଚ୍ଚ ପଦାଧିକାରୀଙ୍କ ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ତଦନ୍ତ କରିବା ଦରକାର ବୋଲି କୋର୍ଟ କହିଛନ୍ତି ।

 Supreme Court Okays CBI Probe For Ex Minister Anil Deshmukh

ଅନୀଲ ଦେଶମୁଖଙ୍କ ଓକିଲ କପିଲ ଶିବଲ ଏହାକୁ ବିରୋଧ କରିଥିବା ବେଳେ ଆଇନ୍ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ବୋଲି କୋର୍ଟରେ ଯୁକ୍ତି ରଖିଥିଲେ । ଜଣେ ପୋଲିସ ଅଧିକାରୀ ଅଭିଯୋଗ କରିଛନ୍ତି ବୋଲି ଏଥିରେ ସିବିଆଇ ତଦନ୍ତ କରିବା ଦରକାର, ତାହା ଆଦୌ ଠିକ୍ ନୁହେଁ । ମହାରାଷ୍ଟ୍ର ସରକାରଙ୍କ ପକ୍ଷ ମଧ୍ୟ କୋର୍ଟ ଶୁଣିଥିଲେ । ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତି ଗୁରୁତର ବୋଲି କୋର୍ଟ କହିଛନ୍ତି । ଏଭଳି ସ୍ଥିତିରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ତଦନ୍ତ ନକଲେ ତଦନ୍ତ ପ୍ରଭାବିତ ହେବ ବୋଲି କୋର୍ଟ କହିଛନ୍ତି ।

Leave a Reply