spot_img

Latest Posts

ଭିଭିପାଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ସବୁ ଆବେଦନ କଲେ ଖାରଜ

ନୂଆଦିଲ୍ଲୀ : ଭିଭିପାଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଇଲେକ୍ଟ୍ରୋନିକ ଭୋଟିଂ ମେସି ସହ ଭିଭିପାଟ ଜରିଆରେ ବାହାରିଥିବା ପେପର ସ୍ପିପର ୧୦୦ ପ୍ରତିଶତ ଯାଞ୍ଚ କରିବା ସଂକ୍ରାନ୍ତ ପିଟିସନକୁ ଖାରଜ କରିଛନ୍ତି କୋର୍ଟ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି- କୌଣସି ବ୍ୟବସ୍ଥା ଉପରେ ଭାରସାମ୍ଯମୂଳକ ଦୃଷ୍ଟିଭଙ୍ଗୀ ଜରୁରୀ। କୌଣସି ପ୍ରକ୍ରିୟାକୁ ଦିଗହୀନ ଭାବେ ବିରୋଧ କରିବା ଅନୁଚିତ। ଯୁକ୍ତିଯୁକ୍ତିଗତ ଭାବେ ସନ୍ଦେହ କରିବା ଠିକ୍। ମାତ୍ର ବିନା କାରଣରେ ସନ୍ଦେହ କରିବାର ମାନେ କିଛି ନାହିଁ। ସଂହତି ରକ୍ଷା କରିବା ହିଁ ଗଣତନ୍ତ୍ରର କର୍ତ୍ତବ୍ଯ। ଏହା ଉପରେ ଭରସା ରଖିବା ଆବଶ୍ଯକ। ତେବେ ଇଭିଏମର ମାଇକ୍ରୋକଣ୍ଟ୍ରୋଲରକୁ ଏକ ଇଞ୍ଜିନିୟର ଟିମ୍ ଯାଞ୍ଚ କରିବେ ବୋଲି କୋର୍ଟ କହିଛନ୍ତି।

ଏହା ସହ ବାଲଟ ପେପରରେ ମତଦାନ ନେଇ ହୋଇଥିବା ଆବେଦନକୁ ବି ଖାରଜ କରିଛନ୍ତି କୋର୍ଟ। ଇଭିଏମ ଦ୍ବାରା ହିଁ ନିର୍ବାଚନ ହେବ। ୪୫ ଦିନ ଯାଏ ଭିଭିପାଟକୁ ସୁରକ୍ଷିତ ରଖାଯିବ ବୋଲି କହିଛନ୍ତି କୋର୍ଟ। ଯଦି କୌଣସି ପ୍ରାର୍ଥୀ ଭିଭିପାଟ କ୍ରସ-ଭେରିଫିକେସନ ଲାଗି ଆବେଦନ କରନ୍ତି ତେବେ ତାଙ୍କୁ ଅର୍ଥ ଜମାଦେବାକୁ ପଡିବ। ଯଦି ଏଥିରେ କିଛି ତ୍ରୁଟି ଥାଏ ତେବେ ତାଙ୍କୁ ତାଙ୍କ ଅର୍ଥ ଫେରସ୍ତ କରାଯିବ। ବର୍ତ୍ତମାନ ଥିବା ବ୍ଯବସ୍ଥା ଅନୁସାରେ ପ୍ରତି ବିଧାନସଭା ମଣ୍ଡଳୀରେ କୌଣସି ୫ଟି ଇଭିଏମକୁ କ୍ରସ ଭେରିଫିକେସନ କରିବାର ବ୍ଯବସ୍ଥା ରହିଛି।

Latest Posts

Don't Miss