spot_img

Latest Posts

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; କରୋନା ରୋଗୀଙ୍କ ଘର ବାହାରେ ଲାଗିବନି କୋଭିଡ ପୋଷ୍ଟର

ନୂଆଦିଲ୍ଲୀ: କରୋନା ସନ୍ଦିଗ୍ଧ ତଥା ସଂକ୍ରମିତ ରୋଗୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ କରାଯାଉଥିବା ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ କହିଛନ୍ତି ଯେ ଲୋକଙ୍କ ଘର ଆଗରେ କ୍ୱାରେଣ୍ଟାଇନ୍ ପୋଷ୍ଟର ରଖନ୍ତୁ ନାହିଁ। ଯଦି ଆବଶ୍ୟକ ହୁଏ ତେବେ ସଂପୃକ୍ତ ଅଧିକାରୀ (କେନ୍ଦ୍ର ସରକାର)ଙ୍କ ଆଦେଶ ରହିବା ଆବଶ୍ୟକ ।

ଏହି ମାମଲାରେ ଗତ ସପ୍ତାହରେ ହୋଇଥିବା ଶୁଣାଣିରେ କୋର୍ଟ କହିଥିଲେ ଯେ ଥରେ କରୋନା ରୋଗୀଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବା ପରେ ସେମାନଙ୍କୁ ଅଛୁଆଁ ଭଳି ବ୍ୟବହାର କରାଯାଇଥାଏ।

ଗତ ସପ୍ତାହରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟ ଏହି ପଦ୍ଧତି ଆପଣାଉଛନ୍ତି । ଏପରିକି ଏହା ଜରୁରୀ ନିୟମ ନୁହେଁ, ଏହା କରୋନା ରୋଗୀଙ୍କୁ କଳଙ୍କିତ କରିବା ପାଇଁ ନୁହେଁ  ବରଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି।

ଯାହାପରେ ସରକାରଙ୍କ ଉତ୍ତରରେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ଏମଆର ଶାହା ବେଞ୍ଚ କହିଛନ୍ତି ଯେ ହେଲେ ବାସ୍ତବତା ଅଲଗା। ନଭେମ୍ବର ୫ରେ ସୁପ୍ରିମକୋର୍ଟ କରୋନା ରୋଗୀଙ୍କ ଘର ବାହାରେ ଏଭଳି ପୋଷ୍ଟର ନଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ଉପରେ ଚିନ୍ତା କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏହି ମାମଲାରେ ପିଟିସନର କୁଶ କାଲ୍ରା ଏଭଳି ଅପିଲ୍ କରିଥିଲେ ।

Latest Posts

Don't Miss