spot_img

Latest Posts

ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିଲେ ଜଷ୍ଟିସ ଏନ ଭି ରମଣା । ଏହି ସମୟରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, 5T ସଚିବ ଭି.କେ ପାଣ୍ଡିଆନ୍ ,ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ , ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଶ୍ରୀଜିଉଙ୍କ ଦର୍ଶନ ପରେ କଟକ ଗସ୍ତରେ ଯାଇ ଆଜି ଦିନ ୧୧ଟାରେ ନବ ନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ହାଇକୋର୍ଟର ଡିଜିଟାଲାଇଜେସନ୍ ସେଣ୍ଟର ଓ ରେକର୍ଡ ରୁମ ଡିଜିଟାଇଲେସନ ସେଣ୍ଚର ଏବଂ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିଭ୍ରମଣ କରିବେ।

ଏହି ଅବସରରେ ହାଇକୋର୍ଟ ନୂଆ ବିଲଡିଂର ତଳ ମହଲାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବେ ସିଜେଆଇ। ତେବେ କାର୍ଯ୍ୟକ୍ରମ ସରିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବା ସହ ସନ୍ଧ୍ୟା ୬ଟା ୪୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି।

Latest Posts

Don't Miss