ବିଜ୍ଞାପନରେ ଗ୍ରାହକଙ୍କୁ ଭ୍ରମିତ କରୁଛି ପତଞ୍ଜଳୀ, ବାବା ରାମଦେବଙ୍କୁ କାରଣଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ବାବା ରାମଦେବଙ୍କୁ କାରଣ ଦର୍ଶାଅ ନୋଟିସ  । ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ବାବାଙ୍କ କମ୍ପାନୀ ପତଞ୍ଜଳୀକୁ ବି କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ  । ଯୋଗ ଗୁରୁ ବାବା ଏବଂ ପତଞ୍ଜଳୀ ଏମଡି ବାଲାକ୍ରିଷ୍ଣନ ସୁପ୍ରିମକୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

କମ୍ପାନୀର ପ୍ରଡକ୍ଟରେ ମେଡିସିନ ଗୁଣ ନଥିବା ସତ୍ତ୍ବେ ବାବା ରାମଦେବଙ୍କ କମ୍ପାନୀ ମିଥ୍ୟା ବିଜ୍ଞାପନ ଦେଖାଇ ଗ୍ରାହକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ହୋଇଛି  । ସେହିପରି ବାବା ରାମଦେବ ଭ୍ୟାସିନେସନ ଓ ମେଡିସିନକୁ ନେଇ ମିଥ୍ୟା ଦାବି କରୁଥିବାରୁ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି ଭାରତୀୟ ମେଡିକାଲ ସଂଘ (ଆଇଏମଏ) ।

ଗତ ୨୦୨୩ରେ ପତଞ୍ଜଳୀ ଆୟୁର୍ବେଦ ରୋଗ ଭଲ କରିବା ନେଇ ଯେଉଁ ମିଥ୍ୟା ଦାବି କରିଆସୁଥିଲା ତାହାକୁ ନାପସନ୍ଦ କରିଥିଲେ ସୁପ୍ରିମକୋର୍ଟ  । ଏଭଳି ମିଥ୍ୟା ଓ ବିଭ୍ରାନ୍ତକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ବାବା ରାମଦେବ ଓ ତାଙ୍କ କମ୍ପାନୀ ପତଞ୍ଜଳୀକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ  ।ସେହିପରି ଏକ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ  ।