spot_img

Latest Posts

ନିଟ୍‌ ଜାଲିଆତି ମାମଲାରେ ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ। ଯଦି ଟିକିଏ ବି କେଉଁଠି କାହାର ଭୁଲ ହୋଇଥାଏ, କଡ଼ା କାର୍ଯ୍ଯାନୁଷ୍ଠାନ ହେବା ଉଚିତ। ନିଟ ଜାଲିଆତି ଓ ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି କରି ଏନଟିଏ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ସୁପ୍ରିମକୋର୍ଟ । ଜବାବ ମଧ୍ଯ ମାଗିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି ପରୀକ୍ଷା ପରିଚାଳନାରେ କିଛି ତ୍ରୁଟି ରହିଛି, ଏନଟିଏ ତାକୁ ମାନିବା ଉଚିତ। ଏବଂ କହିବା ଦରକାର ଯେ, ତ୍ରୁଟି ସୁଧାରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଏପରି ହେଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମନରେ ଏନଟିଏ ପ୍ରତି ଭରସା ବଢ଼ିବ। ମେଡିକାଲ ସିଟ୍ ଟେ ପାଇବା ପାଇଁ ପିଲାମାନେ କେତେ ଯେ ପରିଶ୍ରମ କରୁଛନ୍ତି, ତାହା ଏନଟିଏ ବୁଝିବା ଉଚିତ। ଯଦି ଜାଲିଆତି କରି ଜଣେ ଡାକ୍ତର ହେବ, ସମାଜ ପାଇଁ ତାହା କେତେ ଯେ କ୍ଷତିକାରକ ତାହା ବୁଝନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଗତ ସପ୍ତାହରେ ୧୫୬୩ ପିଲାଙ୍କ ଗ୍ରେସ୍ ମାର୍କକୁ ବାତିଲ କରାଯାଇଥିଲା। ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେଇପାରିବେ କିମ୍ବା ପୁରୁଣା ସ୍କୋର ଲାଗୁ କରାଯିବ ବୋଲି ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଏହି ୧୫୬୩ ପିଲାଙ୍କ ପାଇଁ ଜୁନ ୨୩ରେ ପୁଣି ଥରେ ନିଟ୍ ହେବ। ଗ୍ରେସ୍ ମାର୍କକୁ ନେଇ ବିବାଦ ହେବା ପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ୧୫୬୩ ପିଲାଙ୍କ ଗ୍ରେସ୍ ମାର୍କକୁ ବାତିଲ କରିଥିଲେ। ଏହି ଗ୍ରେସ୍ ମାର୍କକୁ ନେଇ ବିବାଦ ହେବା ସହିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପୁରା ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Latest Posts

Don't Miss