ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢା ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା ମାମଲା । କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୋବିଲିଟି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଆଣନ୍ତୁ । ଏଥିପାଇଁ ସ୍ୱତନ୍ତ ପୋର୍ଟାଲ ଓ ଯୋଜନା ପ୍ରସ୍ତୁତ କରନ୍ତୁ । ସ୍ୱତନ୍ତ୍ର  କମିଟି ଗଠନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଦେଶରେ ଡାକ୍ତରୀ ପିଲା କିପରି ପଢିବେ ତାର ଖସଡା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଏଥିପାଇଁ ସପ୍ତାହେ ସମୟ ନେଲେ କେନ୍ଦ୍ର ସରକାର । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତରେ ଆଡମିଶନ ମିଳିପାରିବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟରେ କହିଥିଲେ କେନ୍ଦ୍ର ସରକାର । ଏହାପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।