ମଧ୍ୟପ୍ରଦେଶ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ଫ୍ଲୋର ଟେଷ୍ଟରେ ରାଜ୍ୟପାଳଙ୍କ ଆଦେଶ ଠିକ ଥିଲା

1 min read

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଙ୍କଟ ଭିତରେ ସୁପ୍ରିମ କୋର୍ଟ ନିଜ କାର୍ଯ୍ୟ ଜାରି ରଖିଛି । କୋର୍ଟ ଭିଡିଓ କନଫ୍ରେନ୍ସିଂ ଜରିଆରେ ମହତ୍ତ୍ୱପୂର୍ଣ୍ଣ ମାମଲା ଗୁଡ଼ିକର ରାୟ ଶୁଣାଉଛନ୍ତି ।  ଏହି ସମୟରେ ସୋମବାର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶୁବରାଜ ସିଂହଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରାଯାଇଛି । ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ ମାର୍ଚ୍ଚରେ ହୋଇଥିବା ମାମଲାରେ ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ଫ୍ଲୋର ଟେଷ୍ଟର ଆଦେଶ ଠିକ ଥିଲା ।

ଏଭଳି ପରିସ୍ଥିତିରେ ଅଭିଷେକ ମନୁ ସିଂହଭି ଦେଇଥିବା ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ରାଜ୍ୟପାଳ ଏଭଳି ଆଦେଶ ଦେଇ ପାରିବେ ନାହିଁ। ଅର୍ଥାତ୍ ସୁପ୍ରିମକୋର୍ଟ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ, ରାଜ୍ୟପାଳ ନିଜେ ସେତେବେଳେ ନିଷ୍ପତ୍ତି ନେଇ ନାହାଁନ୍ତି, ବରଂ କେବଳ ଫ୍ଲୋର ଟେଷ୍ଟ କରିବାକୁ କହିଥିଲେ । ଗୋଟେ ଚାଲୁଥିବା ସଭାରେ କେବଳ ଦୁଇ ପ୍ରକାରର ରାସ୍ତା ଥାଏ, ଗୋଟେ ହେଲା ଫ୍ଲୋର ଟେଷ୍ଟ ଏବଂ ଅନ୍ୟଟି No Confidence Motion  । କୋର୍ଟ ଏହି ସମୟରେ ରାଜ୍ୟପାଳଙ୍କ ଅଧିକାରୀଙ୍କୁ ନେଇ ଏକ ବିସ୍ତୃତ ଆଦେଶ ମଧ୍ୟ ଜାରି କରିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ରାଜନୈତିକ ଅସ୍ଥିରତା ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ବିଧାନସଭାରେ ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଯେତେବେଳେ ଗୃହ ଆରମ୍ଭ ହେଲା, ବିଧାନସଭାର ବାଚସ୍ପତି କରୋନା ଭାଇରସ କାରଣରୁ କିଛି ଦିନ ପାଇଁ ଗୃହକୁ ସ୍ଥଗିତ ରଖିଥିଲେ। ଯାହା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

 

 

Leave a Reply