ସୁପ୍ରିମକୋର୍ଟରେ କୋଟିଆ ମାମଲା, ଆନ୍ଧ୍ରକୁ ଲାଗିଲା ଶକ୍ତ ଧକ୍କା

Failure To Pay Rent Is Not A Penal Offence: Supreme Court

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଆନ୍ଧ୍ରର ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା କୋଟିଆ ବିବାଦର ଶୁଣାଣି ହୋଇଛି। ଶୁଣାଣି ବେଳେ ଆନ୍ଧ୍ରକୁ ଶକ୍ତ ଧକ୍କା ଲାଗିଛି। ଆନ୍ଧ୍ର ପକ୍ଷରୁ ବରିଷ୍ଠ ଆଇନଜୀବୀ ନିରଂଜନ ରେଡ୍ଡି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେଯେ ଆନ୍ଧ୍ରକୁ ଦିଆଯାଇଥିବା କୋଟିଆ ପ୍ରସଙ୍ଗରେ କୋର୍ଟ ଅବମାନନା ନୋଟିସକୁ ପ୍ରତ୍ୟାହାର କରୁନ୍ତୁ ବୋଲି। ହେଲେ ଏଥିରେ ସୁପ୍ରିମକୋର୍ଟ ସିଧାସଳଖ ଆନ୍ଧ୍ରର ଆଡଭୋକେଟଙ୍କ ଜବାବକୁ ଖାରଜ କରିଥିଲେ ଏବଂ ଦର୍ଶାଇଥିଲେ କୋର୍ଟ ଅବମାନନା ଏକ ଗୁରୁତର ପ୍ରସଙ୍ଗ ଏହାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ।

ଯଦି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ରାଜନୈତିକ ସମାଧାନ ନହୁଏ, ତେବେ ଏହାର ଶୁଣାଣି ନିଶ୍ଚିତ ହେବ ଏବଂ ଏହା ପ୍ରତ୍ୟାହାରର ପ୍ରଶ୍ନ ଉଠୁନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ମିଳିତ ବୈଠକରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ରାଜନୈତିକ ବାତାବରଣ ସୃଷ୍ଟି କରିଛନ୍ତି ଏବଂ ଆଲୋଚନା ଜାରି ରହିଛି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଧିକ ସମୟ ଦିଆଯାଉ ବୋଲି ସମୟ ମାଗିଥିଲେ ଓଡ଼ିଶା। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି ପାଇଁ ଜାନୁୟାରୀ ପ୍ରଥମ ସପ୍ତାହକୁ ସମୟ ଦେଇଛନ୍ତି। ଓଡ଼ିଶା ପକ୍ଷରୁ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ମାମଲାକୁ ପରିଚାଳନା କରିଥିଲେ। ଏହି ମାମଲାଟିକୁ ଆଜି ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚରେ ଶୁଣାଣିଯାଇଥିଲେ।

Leave a Reply