କେବଳ ପୁରୀରେ ହେବ ରଥଯାତ୍ରା

1 min read
Supreme Court has allowed Rath Yatra to be conducted in Puri

ପୁରୀ: ଭାବ ରଖିଲା ଭାବ ବିନୋଦିଆ । ଘର ଘର ନାଦରେ ବଡ଼ଦାଣ୍ଡରେ ଗଡ଼ିବ ନନ୍ଦିଘୋଷ ରଥ । କୋଭିଡ୍ କଟକଣା ମାନି ଶ୍ରୀକ୍ଷେତ୍ର ପୁରୀରେ ହେବ ରଥଯାତ୍ରା । ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ କେବଳ ପୁରୀରେ ରଥଯାତ୍ରାକୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ କମିଟି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରଥ ଟଣା ହେବ । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବ ସ୍ୱାସ୍ଥ୍ୟ ବିଭାଗ । ତେବେ, ସ୍ଥିତି ଅସମ୍ଭାଳ କିମ୍ବା ପରିସ୍ଥିତି ନିୟନ୍ତ୍ରଣାଧିନ ନଥିବା ଅନୁଭବ କଲେ ରାଜ୍ୟ ସରକାର ରଥଯାତ୍ରାକୁ ବାତିଲ୍ କରିପାରିବେ ରାୟରେ କହିଛନ୍ତି ସୁପ୍ରିମକୋର୍ଟ ।

ପୁରୀରେ କର୍ଫ୍ୟୁ ଲଗାଯାଇ ରଥଯାତ୍ରା ହେବେ । ବଡ଼ଦାଣ୍ଡକୁ କୌଣସି ଭକ୍ତ ଆସିବେ ନାହିଁ । ଟେଲିଭିଜନରେ ସିଧା ପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଥିବା ବେଳେ ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ରଥଟଣାରେ ସାମିଲ୍ ହେବେ ।

ରଥଯାତ୍ରା ହେବ କି ନାହିଁ ? ଆରମ୍ଭ ହେଲା ଶୁଣାଣି

Leave a Reply