spot_img

Latest Posts

ସୁପ୍ରିମକୋର୍ଟ ଦେଲେ ‘ମୃତ୍ୟୁର ଅଧିକାର’ ; ୩୧ ବର୍ଷୀୟ ପଂଜୀବର ହରିଶ ରାଣାଙ୍କୁ ଅନୁମତି

ନନ୍ଦିଘୋଷ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଇଚ୍ଛାମୃତ୍ୟୁକୁ ଦେଲେ ଅନୁମତି। ମିଳିବ ମୃତ୍ୟୁର ଅଧିକାର। ପେସିଭ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ୧୩ ବର୍ଷ ଧରି ଭେଜିଟେଟିଭ ଅବସ୍ଥାରେ ଅଛନ୍ତି ପଂଜାବ ୟୁନିଭରସିଟିର ୩୧ ବର୍ଷୀୟ ହରିଶ ରାଣା। ୧୩ ବର୍ଷ ଧରି ସେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଭଲ ହେବାର ଆଶା ନାହିଁ। ତେଣୁ ବାପା ମାଆ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ଓ ଜୀବନ ବଞ୍ଚାଇବାର ମେଡିକାଲ ବ୍ୟବସ୍ଥା ପ୍ରତ୍ୟାହାର କରିନେବାକୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଏ ସଂପର୍କରେ ଏକ ଆଇନ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।   ତେବେ ଏଥିରେ ଏକ ସର୍ତ୍ତ ରହିଛି। ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଦୁଇଟି ମେଡିକାଲ ବୋର୍ଡର ନିଷ୍ପତ୍ତିକୁ ଅନୁଧ୍ୟାନ କରାଯିବ। ତା ପରେ ହିଁ ଇଚ୍ଛାମୃତ୍ୟୁକୁ ଅନୁମତି ଦିଆଯିବ। ୧୩ ବର୍ଷ ତଳେ ୨୦୧୩ରେ ହରିଶ ରାଣା ଏକ ପିଜି ହଷ୍ଟେଲର ଚତୁର୍ଥ ମହଲାରୁ ପଡି଼ ଯାଇଥିଲେ। ଗୁରୁତର ଆହତ ହୋଇଥିଲେ ହରିଶ। ସେହି ଦିନଠୁ ସେ ଭେଜିଟେଟିଭ ଅବସ୍ଥାରେ ଅଛନ୍ତି। ଅର୍ଥାତ ନାମକୁ ମାତ୍ର ବଞ୍ଚିଛନ୍ତି। ଚେତା ଅଛି। ଦେଖିପାରୁଛନ୍ତି, କିନ୍ତୁ କିଛି ନିଜ ଅସ୍ତିତ୍ଵ ସଂପର୍କରେ ବି ସେ କିଛି ଜାଣିପାରୁ ନାହାନ୍ତି। ନିଜେ ଖାଇ ପିଇ ବି ପାରୁ ନାହାନ୍ତି। ଏକ ନଳୀରେ ତରଳ ଖାଦ୍ୟ ଖାଲି ଦିଆଯାଉଛି। ମସ୍ତିଷ୍କରେ ଗୁରୁତର ଆଘାତ ହେଲେ, ଏପରି ଅବସ୍ଥା ହୋଇଥାଏ। ସୁପ୍ରିମକୋର୍ଟଙ୍କ ରାୟ ପରେ ହରିଶ ରାଣାଙ୍କ ଲାଇଫ ସର୍ପୋର୍ଟ ପ୍ରତ୍ୟାହାର କରାଯିବ। ସେ ଶାନ୍ତିରେ ଶେଷ ନିଶ୍ଵାସ ତ୍ୟାଗ କରିପାରିବେ। ଏହି ଐତିହାସିକ ରାୟ ଦେଇଛନ୍ତି ଜଷ୍ଟିସ ଜେ ବି ପରଦିୱାଲା ଓ ଜଷ୍ଟିସ କେ ଭି ବିଶ୍ଵନାଥନ। ରାୟ ଶୁଣାଇବା ବେଳେ ମ୍ରିୟମାଣ ହୋଇ କାନ୍ଦି ପକାଇଥିଲେ ଜଷ୍ଟିସ୍ ଜେ ବି ପରଦିୱାଲା।

Latest Posts

Don't Miss