ନିଟ୍-ୟୁଜି ରେଜଲ୍ଟ ପ୍ରକାଶ ପାଇଁ ଗ୍ରୀନ୍ ସିଗନାଲ ଦେଲେ ସୁପ୍ରିମକୋର୍ଟ
1 min read
ନୂଆଦିଲ୍ଲୀ: ନିଟ୍-ୟୁଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ। ୨ଜଣଙ୍କ ପାଇଁ ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସ୍ଥଗିତ ରଖାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଦୁଇ ଜଣ ଛାତ୍ରଙ୍କ ପାଇଁ ବମ୍ବେ ହାଇକୋର୍ଟ ନିଟ୍ ପରୀକ୍ଷାଫଳ ପ୍ରକାଶ ଉପରେ ରୋକ ଲଗାଇଥିଲେ। ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହାସହ ବମ୍ବେ ହାଇକୋର୍ଟରେ ପିଟିସନ ଦାଏର କରିଥିବା ଦୁଇ ଛାତ୍ରଙ୍କର ପୁନଃ ପରୀକ୍ଷା କରିବାକୁ ଖଣ୍ଡପୀଠ ରାୟ ଶୁଣାଇଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ ନିଟ୍-ୟୁଜି ପରୀକ୍ଷା ହୋଇଥିଲା।
୬ଜଣ ଛାତ୍ରଙ୍କ ପ୍ରଶ୍ନପତ୍ର ଓ ଉତ୍ତର ବୁକଲେଟରେ କିଛି ତ୍ରୁଟି ଥିବା ନଜରକୁ ଆସିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଛାତ୍ର ପରୀକ୍ଷା ନିରୀକ୍ଷକଙ୍କ ତ୍ରୁଟିକୁ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ଛାତ୍ରଙ୍କ ପାଇଁ ପୁଣି ଥରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ସହ ପରୀକ୍ଷା ରେଜଲ୍ଟ ଉପରେ ରୋକ୍ ଲଗାଇବାକୁ ବମ୍ବେ ହାଇକୋର୍ଟ ରାୟ ଶୁଣାଇଥିଲେ। ମାତ୍ର ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ପରୀକ୍ଷାଫଳ ପ୍ରକାଶ ପାଇଁ ସବୁଜସଂକେତ ଦେଇଛନ୍ତି। କେବଳ ପରୀକ୍ଷାଫଳ ସ୍ଥଗିତ ରଖିବା ପାଇଁ ଆବେଦନ କରିଥିବା ଦୁଇଜଣଙ୍କ ଲାଗି ପରୀକ୍ଷା କରିବାକୁ କୁହାଯାଇଛି।