ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି, ରାଷ୍ଟ୍ରପତିଙ୍କ ମୋହର ପରେ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ । ସର୍ବୋଚ୍ଚ କୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଜଷ୍ଟିସ କାଲପାଥି ଭେଙ୍ଗଟରମଣ ବିଶ୍ୱନାଥ । ବିଚାରପତିଙ୍କ ବରିଷ୍ଠତା ଦୃଷ୍ଟିରୁ କେଭି ବିଶ୍ୱନାଥ ୨୦୩୦ରେ ସୁପ୍ରିମକୋର୍ଟର ପ୍ରଧାର ବିଚାରପତି ହେବେ । ଜଷ୍ଟିସ ମିଶ୍ର ଓ ଜଷ୍ଟିସ ବିଶ୍ବନାଥଙ୍କୁ ବିଚାରପତି କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ମୋହର ପରେ ଆଜି ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଦୁଇ ନୂତନ ବିଚାରପତିଙ୍କ ଶପଥ ପାଠ କରାଇଛନ୍ତି ।