spot_img

Latest Posts

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତିକୁ ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଦେଲେ ଅନୁମୋଦନ । ୫ ନୂଆ ବିଚାରପତି ହେଲେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତଲ, ପାଟନା ହାଇକୋର୍ଟର ମୁଖ୍ଯ ବିଚାରପତି ଜଷ୍ଟିସ ସଞ୍ଜୟ କାରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପି.ଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ମନୋଜ ମିଶ୍ର ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୧୩ ତାରିଖରେ ବସିଥିବା କଲେଜିୟମରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିଶ ହୋଇଥିଲା । ଏହି ପାଞ୍ଚ ଜଣ ବିଚାରପତିଙ୍କ ନାମ ଡିସେମ୍ବର ୧୩ରୁ ସରକାରଙ୍କ ପାଖରେ ବିଚାରାଧୀନ ଥିଲା । ଗତ ୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଲିକାକୁ ରାଷ୍ଟ୍ରପତି ଭବନକୁ ଅନୁମୋଦନ ପାଇଁ ପଠାଇଥିଲା । ନବନିଯୁକ୍ତ ସମସ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଏହି ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ଅନୁମୋଦିତ ୩୪ ଜଣ ବିଚାରପତି ପଦ ମଧ୍ୟରୁ ଏବେ ୩୨ଟି ପୂରଣ ହୋଇଛି ।

Latest Posts

Don't Miss