ଟ୍ୱିଟ୍ ପଡିଲା ମହଙ୍ଗା, ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୁଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ପୂର୍ବତନ ଆପ୍ ନେତା ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୁଷଣଙ୍କୁ ସୁପ୍ରିମକୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ।  ନ୍ୟାୟପାଳିକା ବିରୋଧରେ ଦୁଇଟି ଅପମାନଜନକ ଟ୍ୱିଟ୍ କରିବା ମାମଲାରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଅଗଷ୍ଟ ୨୦ ତାରିଖରେ ଅଦାଲତ ଦଣ୍ଡାଦେଶ ଦେବେ ।

ସୂଚନାଯୋଗ୍ୟ ଯେ, ଚିଫ୍ ଜଷ୍ଟିସ ଏସଏ ବୋବଡେ ଓ ଅନ୍ୟ ଚାରି ଜଣ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ନେଇ ପ୍ରଶାନ୍ତ ଭୁଷଣ ଦୁଇଟି ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ୍ ଦ୍ୱୟକୁ ସୁପ୍ରିମକୋର୍ଟ ସ୍ୱତଃସଜ୍ଞାନ ନେଇଥିଲେ । ପ୍ରଶାନ୍ତଙ୍କ ଟ୍ୱିଟ୍ ନ୍ୟାୟପାଳିକା ପ୍ରତି ଅବମାନନା ବୋଲି ସୁପ୍ରିମକୋର୍ଟ ଅନୁଭବ କରିଥିଲେ । ତେବେ ଶୁଣାଣି କାଳରେ ପ୍ରଶାନ୍ତ କହିଥିଲେ ଯେ, ଟ୍ୱିଟ୍ ଅପ୍ରିୟ ଲାଗିପାରେ କିନ୍ତୁ ଅବମାନନା ମାମଲା ନୁହେଁ ।

prasant tweet

ସୁପ୍ରିମକୋର୍ଟ ନୋଟିସ ଯବାବରେ ପ୍ରଶାନ୍ତ କହିଥିଲେ ଯେ, ପ୍ରଧାନ ବିଚାରପତିଙ୍କୁ ସମାଲୋଚନା ସୁପ୍ରିମକୋର୍ଟଙ୍କ ଗରିମାକୁ କମ କରେନାହିଁ । ଅଦାଲତରେ ସାମାନ୍ୟ ମାମଲାର ଶୁଣାଣି ହୋଇ ପାରୁନଥିବା ବେଳେ ପ୍ରଧାନ ବିଚାରପତି ବାଇକରେ ବସିବା ନେଇ ସେ କରିଥିବା ଟ୍ୱିଟ୍ ତାଙ୍କ ପୀଡାକୁ ଦର୍ଶାଉ ଥିଲା । ଏହା ସହ ପୂର୍ବତନ ୪ ପ୍ରଧାନ ବିଚାରପତିଙ୍କୁ ନେଇ ଟ୍ୱିଟ୍ ତାଙ୍କ ମନୋଭାବକୁ ଦର୍ଶାଉଛି । ଯାହା ଅପ୍ରିୟ ଲାଗିପାରେ କିନ୍ତୁ ଅଦାଲତଙ୍କ ଅବମାନନା ନୁହେଁ ବୋଲି ପ୍ରଶାନ୍ତ ଯୁକ୍ତି ରଖିଥିଲେ ।  ଅବଶ୍ୟ ପ୍ରଶାନ୍ତଙ୍କ ଏହି ଯୁକ୍ତିକୁ ଅଦାଲତ ଗ୍ରହଣ କରିନଥିଲେ ।

 

Leave a Reply