SBIକୁ ପୁଣି ଝଟକା: ଗୁରୁବାର ସନ୍ଧ୍ୟା ସୁଦ୍ଧା ସତ୍ଯପାଠ ଦଖଲ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆକୁ ପୁଣି ଝଟକା।  ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ବଣ୍ଡ ସମ୍ପର୍କରେ ସବିଶେଷ ତଥ୍ଯ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବ୍ଯକ୍ତିବିଶେଷ ଓ କମ୍ପାନିଙ୍କ ସମ୍ପର୍କରେ ତଥ୍ଯ ଦେବାକୁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ଯକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠର ନିର୍ଦ୍ଦେଶ। ଏହାସହ ଇଲେକ୍ଟୋରାଲ ବଣ୍ଡଗୁଡିକର ସିରିୟଲ ନମ୍ବର ବି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଗୁରୁବାର ସନ୍ଧ୍ୟା ୫ଟା ସୁଧା ସମସ୍ତ ତଥ୍ୟ ଦେବାକୁ SBI ଅଧ୍ୟକ୍ଷଙ୍କୁ ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ କୈାଣସି ତଥ୍ୟ ଲୁଚାଯିବନାହିଁ । ସମସ୍ତ ତଥ୍ୟ ସାର୍ବଜନୀନ ହେବ ବୋଲି କୋର୍ଟ କହିଛନ୍ତି।

ସୂଚନାଥାଉକି, ନିର୍ବାଚନୀ ବଣ୍ଡ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସବିଆଇର ଆବେଦନ ଉପରେ ମାର୍ଚ୍ଚ 11 ତାରିଖରେ ଶୁଣାଣି ହୋଇଥିଲ । ମାର୍ଚ୍ଚ 12 ସୁଧା ସମସ୍ତ ପ୍ରକାର ବିବରଣୀ ଦେବା ପାଇଁ କୁହାଯାଇଥିଲା । ତେବେ ଜୁନ 30 ପର୍ଯ୍ୟନ୍ତ ଏସବିଆଇ ସମୟ ମାଗିଥିବା ବେଳେ କୋର୍ଟ ଆବେଦନକୁ ଖାରଜ କରିଥିଲେ । ମାର୍ଚ୍ଚ 15 ତାରିଖ ସୁଦ୍ଧା ଓ୍ବେବସାଇଟରେ ପ୍ରକାଶ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ।