spot_img

Latest Posts

ଲକର ସୁରକ୍ଷା ବ୍ୟାଙ୍କର ଦାୟିତ୍ୱ,୬ ମାସରେ ନିୟମ ଆଣୁ RBI : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଲକର ସୁବିଧା ଦାୟିତ୍ୱରୁ ତ୍ରାହି ମିଳିବ ନାହିଁ। ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ପ୍ରତି ନିଜ ଦାୟିତ୍ୱରୁ ଓହରିପାରିବେ ନାହିଁ । ଏହା ସହିତ କୋର୍ଟ ୬ ମାସ ମଧ୍ୟରେ ଏ ବାବଦରେ ନିୟମ ପ୍ରସ୍ତୁତ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଆସନ୍ତୁ ଜାଣିବା ସୁପ୍ରିମକୋର୍ଟଙ୍କ ସମ୍ପୂର୍ଣ୍ଣ ରାୟ ବିଷୟରେ ।

ଗ୍ଲୋବାଲାଇଜେଶନରେ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ: ଜଷ୍ଟିସ୍ ଏମ୍ ଶାନ୍ତନଗୌଦର ଏବଂ ଜଷ୍ଟିସ ଭିନିତ ସରନଙ୍କ ଏକ ବେଞ୍ଚ କହିଛନ୍ତି ଯେ ଗ୍ଲୋବାଲାଇଜେଶନ ଯୁଗରେ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ସାଧାରଣ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶରେ ଘରୋଇ ଏବଂ ଆନ୍ତର୍ଜାତୀୟ ଅର୍ଥନୈତିକ କାରବାର ମଧ୍ୟ ବହୁଗୁଣା ବୃଦ୍ଧି  ହୋଇଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ଲକରରେ ରଖାଯାଇଥିବା ସମ୍ପତ୍ତିର ଦାୟିତ୍ ନେବାରୁ ବର୍ତ୍ତି ପାରିବେ ନାହିଁ ।

କ୍ୟାଶ୍ ଲେଶ୍ ଇକୋନୋମି ମୁହାଁ ଦେଶ: ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ  ଆମେ ଧୀରେ ଧୀରେ କ୍ୟାଶଲେଶ ଇକୋନୋମି ଆଡ଼କୁ ଯାଉଛୁ । ଏବେର ସମୟରେ ଲୋକମାନେ ସେମାନଙ୍କର ଚଳନ ସମ୍ପତ୍ତିକୁ ଘରେ ରଖିବାକୁ ଚାହୁଁନାହାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଲୋକମାନେ ବ୍ୟାଙ୍କର ଲକର ସୁବିଧା ଚାହୁଁଛନ୍ତି। ତେଣୁ ଏହା ବ୍ୟାଙ୍କର ଏକ ଅତ୍ୟାବଶ୍ୟକ ସେବା ହୋଇପାରିଛି । ଭାରତୀୟ ନାଗରିକ ତଥା ବିଦେଶୀ ନାଗରିକ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।

ବ୍ୟବସ୍ଥାକୁ ବଦଳାଇ ଦେଇଛି ଟେକ୍ନୋଲୋଜି: ଖଣ୍ଡପୀଠ କହିଛି ଯେ ଦ୍ରୁତ ବୈଷୟିକ ବିକାଶ ବା ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ ହେତୁ ଆମେ ବର୍ତ୍ତମାନ ଇଲେକ୍ଟ୍ରୋୱନିକ୍ ଲକର ଆଡ଼କୁ ବଢ଼ୁଛୁ। ଗ୍ରାହକମାନେ ପାସୱାର୍ଡ କିମ୍ବା ଏଟିଏମ୍ ପିନ୍ ମାଧ୍ୟମରେ ଏହି ଇଲେକ୍ଟ୍ରୋନିକ୍  ଲକରକୁ ଆଂଶିକ ପ୍ରବେଶ କରିପାରିବେ। କିନ୍ତୁ ଟେକ୍ନୋଲୋଜି ଅନୁଯାୟୀ ଆମେ ଜାଣିନାହୁଁ ଯେ ଏହିପରି ଲକରଗୁଡ଼ିକର ନିୟନ୍ତ୍ରଣ କିହା ପାଖରେ ଅଛି।  ତେଣୁ ଏଭଳି ପରିସ୍ଥିତିରେ, ସମ୍ଭାବନା ଅଛି ଯେ ଏହି ଟେକ୍ନୋଲୋଜିକୁ ଟ୍ୟାମ୍ପରିଂ କରାଯାଇପାରିବ ଏବଂ ବିନା ସୂଚନା ଓ ସହମତିରେ ଏହି ଲକରଗୁଡିକ ପ୍ରବେଶ କରାଯାଇପାରିବ।

ଆରବିଆଇ ଆଣୁ ନିୟମ: ସୁପ୍ରିମ କୋର୍ଟ ବ୍ୟାଙ୍କଗୁଡିକର ଲକର ସୁବିଧା ପାଇଁ ୬ ମାସ ଭିତରେ ବ୍ୟାପକ ନିର୍ଦ୍ଦେଶନାମା ତିଆରି କରିବାକୁ RBIକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କୋର୍ଟ କହିଛନ୍ତି ଯେ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଏଭଳି ଏକ ତରଫା ନିୟମ ବନାଇପାରିବେ ନାହିଁ । କୌଣସି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଲକର ସୁବିଧା ଦାୟିତ୍ୱରୁ ଓହରିପାରିବେ ନାହିଁ।

ଗ୍ରାହକ ସୁରକ୍ଷା ଆଇନର ଉଲ୍ଲଂଘନ: ସୁପ୍ରିମ କୋର୍ଟ ବ୍ୟାଙ୍କଗୁଡିକର ଲକରର ଦାୟିତ୍ୱରୁ ଓହରିବା ସର୍ତ୍ତାବଳୀକୁ ଗ୍ରାହକ ସୁରକ୍ଷା ଆଇନର ଅନେକ ବିଭାଗର ଉଲ୍ଲଂଘନ ବୋଲି କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛି ଯେ ଏକ ଉଦୀୟମାନ ଅର୍ଥନୀତିରେ ଏହିପରି ନିୟମ ନିବେଶକଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିଥାଏ।

Latest Posts

Don't Miss