ଡୋର୍-ଟୁ-ଡୋର୍ ଟିକାକରଣ ଆଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଦେଶରେ ଡୋର୍-ଟୁ-ଡୋର୍ କୋଭିଡ ଟିକାକରଣର ନିର୍ଦ୍ଦେଶ ଜାରି କରିବାକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି।  ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଓ ହିମା କୋହଲିଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ  ଦେଶରେ ଟିକାକରଣ ସଠିକ୍ ଭାବେ ଚାଲିଥି । ତେଣୁ ଘର ଘର ବୁଲି ଟିକା ଦେବାର କୌଣସି ଆବଶ୍ୟକତା ନାହିଁ ।

ବୁଧବାର ସୁପ୍ରିମ କୋର୍ଟରେ ଏହି ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ, ଦେଶରେ କୋଭିଡକୁ ନେଇ  ଭିନ୍ନ ଭିନ୍ନ ସ୍ଥିତି ଓ ପ୍ରଶାସନିକ ଜଟିଳତାକୁ ଦୃଷ୍ଟିରେ ରଖି ଡୋର-ଟୁ-ଡୋର ଟିକାକରଣର ଆଦେଶ ଦେବା ସମ୍ଭବ ନୁହେଁ। ବିଶେଷ କରି ଯେତେବେଳେ ଦେଶରେ ଟିକାରଣ ପ୍ରକ୍ରିୟା ସୁଚାରୁ ରୂପେ ଆଗକୁ ବଢ଼ିଚାଲିଛି ସେତେବେଳେ ଏଭଳି ଆଦେଶ ଆଦୌ ଦିଆଯାଇପାରିବ ନାହିଁ ।

ଅନ୍ୟପଟେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଜୁଲାଇ ୩୦ରୁ ବିଏମସି ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଟିକା ଦେବାଲାଗି ଡୋର ଟୁ ଡୋର୍ ଟିକାକରଣ ଅଭିଯାନ ଆରମ୍ଭ କରିଛି।  ବିଏମସି କହିଛି ଯେ ଯେଉଁ ବ୍ୟକ୍ତି ଅତିକମରେ ଗତ ୬ ମାସ ହେବ ଶୟ୍ୟାଶାୟୀ ଥିବେ ସେମାନଙ୍କି ହିଁ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏଥିସହିତ ସେମାନଙ୍କୁ ଡାକ୍ତରଙ୍କଠାରୁ ଆଣିଥିବା ‘ଭ୍ୟକ୍ସିନ୍ ଫିଟ୍ ‘ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏହି ଟିକା ପାଇଁ ଆବେଦନ ପରେ ଏକ ଆପଏଣ୍ଟମେଣ୍ଟ ନିଆଯିବ ଏବଂ ହିତାଧିକାରୀ କିମ୍ବା ପରିବାର ସ୍ୱାକ୍ଷର କରିବା ପରେ ଯାଇ ତାଙ୍କୁ ଟିକା ଦିଆଯିବ।

Leave a Reply