ସୁପ୍ରିମକୋର୍ଟ କଲେଜିୟମଙ୍କ ପ୍ରସ୍ତାବ, ଓଡିଶା ପାଇଁ ଜଷ୍ଟିସ ମୂରଲୀଧରଙ୍କ ନାମ ସୁପାରିସ

କଟକ: ଓଡିଶା ହାଇକୋର୍ଟର ଆଗାମୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମୂରଲୀଧର । ବର୍ତ୍ତମାନ ବିଚାରପତି ପଦବୀରେ ଅବତୀର୍ଣ୍ଣ ମହମଦ ରାଫିକଙ୍କ ସ୍ଥାନରେ ରହିବେ ଜଷ୍ଟିସ ଏସ. ମୂରଲୀଧର । ଏନେଇ ସୁପ୍ରିମକୋର୍ଟ କଲେଜିୟମ ପ୍ରସ୍ତାବରେ ଜଷ୍ଟିସ ମୂରଲୀଧରଙ୍କ ନାମକୁ ସୁପାରିସ କରିଛନ୍ତି  ।

ପୂର୍ବରୁ ପଞ୍ଜାବ ଏବଂ ହରିଆଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ଏସ. ମୂରଲୀଧର। ସେହିପରି ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ରାଷ୍ଟପତି । ୫୯ ବର୍ଷୀୟ ମୂରଲୀଧର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ, ମାଦ୍ରାସ ବିଶ୍ୱ ବିଦ୍ୟାଳୟ ଏବଂ ମହାରାଜ ନାଗପୁର ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ ଶେଷ କରିଛନ୍ତି । ପରେ ଓକିଲାତି ଆରମ୍ଭ କରିଥିଲେ ।

ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଖର ଜ୍ଞାନ ଏବଂ ଅଭିଜ୍ଞତା ରଖିଥିବା ଜଷ୍ଟିସ ମୂରଲୀଧର ଏବେ ଓଡିଶା ହାଉକୋର୍ଟର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି । ସେହିପରି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହିମା କୋହଲିଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ କଲେଜିୟମ ।

Leave a Reply