୩ କୋଟି ରାସନ କାର୍ଡ ବାତିଲ ପରେ ଅନାହାର ମୃତ୍ୟୁ, ସୁପ୍ରିମକୋର୍ଟ କହିଲେ ସମ୍ବେଦନଶୀଳ ମାମଲା

Supreme Court

ନୂଆଦିଲ୍ଲୀ: ଆଧାର କାର୍ଡ ସହ ଜଡିତ ନ ଥିବାରୁ ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରାଯିବା ଘଟଣା ନେଇ ବୁଧବାର ସୁପ୍ରିମକୋର୍ଟ ଶୁଣାଣି ହୋଇଛି । ଏହି ସମୟରେ ଏକ ବଡ଼ ମୁଦ୍ଧା ସାମ୍ନାକୁ ଆଦିଛି । ରାସନକାର୍ଡ ବାତିଲ ନେଇ  ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ଜବାବ ମାଗିଛନ୍ତି । ସେ କହିଛନ୍ତି ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ପ୍ରଧାନ ବିଚାରପତି (ସିଜେଇ) ଏସ୍ ଏ ବୋବଡେ, ଜଷ୍ଟିସ୍ ଏସି ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମଙ୍କ ଖଣ୍ଡପିଠ ଏହାର ଶୁଣାଣି କରି କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାକୁ ବିରୋଧାତ୍ମକ ମାମଲା ଭାବରେ ଦେଖାଯିବା ଉଚିତ୍ ନୁହେଁ । ଖଣ୍ଡପିଠ ଆହୁରି କହିଛନ୍ତି ଯେ, ଏହି ମାମଲାରେ ଚୂଡ଼ାନ୍ତ ଶୁଣାଣି ହେବ ।

ଏହାର ଶୁଣାଣି ହେବ, ବିରୋଧ ନୁହେଁ

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା କୌଣସି ବିରୋଧାତ୍ମକ ମାମଲା ନୁହେଁ । କୋର୍ଟ କେବଳ ଆଧାରକାର୍ଡ ସମ୍ବନ୍ଧୀୟ ମାମଲା ହୋଇଥିବାରୁ ଜବାବ ମାଗୁଛନ୍ତି । ଅନ୍ତତଃ ଏହା ଉପରେ କୋର୍ଟ ଶୁଣାଣି କରିପାରିବେ । ସୁପ୍ରମ୍‌କୋର୍ଟ କହିଥିଲେ ଯେ, ଏନେଇ ଏକ ନୋଟିସ ଜାରି କରାଯିବ । ଆଉ ୪ ସପ୍ତାହ ମଧ୍ୟରେ ତାର ଉତ୍ତର ଦେବାକୁ ହେବ । ତେବେତେବେ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖୀ କହିଛନ୍ତି ଯେ ପୂର୍ବରୁ ନୋଟିସ୍‌ ଜାରି ହୋଇସାରିଛି ଏବଂ କେନ୍ଦ୍ର ସରକାରଙ୍କ ଏହାର ଜବାବ ଦେଇସାରିଛନ୍ତି । କେନ୍ଦ୍ର ସରକାରଙ୍କ ଉତ୍ତର ମଧ୍ୟ ରେକର୍ଡରେ ରହିଛି ।

୨୦୧୯ ରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା

ଗୋଞ୍ଜାଲଭିସ୍‌ କହିଛନ୍ତି, “ମୁଖ୍ୟ ମାମଲା ହେଉଛି ତିନି କୋଟି ରାସନ କାର୍ଡ ବାତିଲ କରିବା ଏବଂ ଅନାହାର ମୃତ୍ୟୁକୁ ନେଇ ।” ୨୦୧୯ ଡିସେମ୍ବର ୯ ତାରିଖରେ ଆଧାରକାର୍ଡ ବାତିଲ ଯୋଗୁଁ ରାସନ ନପାଇ ଅନାହାରରେ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ରାଜ୍ୟମାନଙ୍କୁ ଜବାବ ମାଗିଥିଲେ । ଏହି ପିଟିସନ ଝରଖଣ୍ଡର ଜଣେ ମହିଳା କୋଇଲି ଦେବୀ ଦାଖଲ କରିଥିଲେ । ଯାହାର ୧୧ ବର୍ଷର କନ୍ୟା ସନ୍ତାନ ସନ୍ତୋଷୀ ୨୦୧୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ଅନାହାର ଯୋଗୁଁ ମୃତ୍ୟୁ ବରଣ କରିଥିଲା । ସାନ୍ତୋଶୀଙ୍କ ଭଉଣୀ ଗୁଡ଼ିଆ ଦେବୀ ଏହି ମାମଲାରେ ମିଳିତ ଆବେଦନକାରୀ ମଧ୍ୟ ରହିଛନ୍ତି ।

୨୦୧୭ରେ ବନ୍ଦ ହୋଇଥିଲା ରାସନ ମିଳିବା

ଆବେଦନରେ କୁହାଯାଇଛି ଯେ, ରାସନକାର୍ଡ ସହ ଆଧାର କାର୍ଡ ସଂଯୁକ୍ତ ନ ଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କ ରାସନ କାର୍ଡ ବାତିଲ କରିଦେଇଥିଲେ । ଏହି କାରଣରୁ, ତାଙ୍କ ପରିବାରକୁ ମାର୍ଚ୍ଚ ୨୦୧୭ ଠାରୁ ରାସନ ମିଳିବା ବନ୍ଦ ହୋଇଯାଇଥିଲା । ଆଉ ପୁରା ପରିବାରକୁ ଭୋକିଲା ରହିବା ପାଇଁ ବାଧ୍ୟ ହେବାକୁ ପଡ଼ିଥିଲା । ଖାଦ୍ୟ ଅଭାବରୁ ତାଙ୍କ ଝିଅ ସାନ୍ତୋଶୀଙ୍କର ମୃତ୍ୟୁ ହୋଇଥିଲା ।

ବମ୍ବେ ହାଇକୋର୍ଟରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା

ଶୁଣାଣି ଆରମ୍ଭରେ ବରିଷ୍ଠ ଆଇନଜୀବୀ କୋଲିନ୍ ଗୋଞ୍ଜାଲଭିସ୍ କହିଛନ୍ତି ଆବେଦନକାରୀ କୋୟଲି ଦେବୀଙ୍କ ମାମଲା ଏକ ବଡ଼ ମୁଦ୍ଦାକୁ ଉଠାଉଛି । ଏହି ସମୟରେ ସିଜେଆଇ କହିଛନ୍ତି, ବମ୍ବେ ହାଇକୋର୍ଟରେ ଥିବା ବେଳେ ତାଙ୍କ ପାଖକୁ ଏଭଳି ଏକ ମାମଲା ଆସିଥିଲା । ତେଣୁ ସମ୍ପୃକ୍ତ ହାଇକୋର୍ଟରେ ଏହି ମାମଲା ଦାୟର ହେବା ଉଚିତ୍ ବୋଲି କହିଛନ୍ତି ସିଜେଆଇ । ଖଣ୍ଡପିଠ ଆଇନଜୀବୀଙ୍କୁ କହିଛନ୍ତି ଯେ, ସେ ଏହି ମାମଲାର ପରିଦ୍ଧିକୁ ବୃଦ୍ଧି କରିଦେଇଛନ୍ତି ।

ରେସନ କାର୍ଡ ବାତିଲ କରିବା ନିଷ୍ପତି ଭୁଲ୍‌

କେନ୍ଦ୍ର ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରିଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଗୋଞ୍ଜାଲଭିସ୍ ଯୁକ୍ତି କରିଛନ୍ତି । ଏହା ପରେ ଖଣ୍ଡପିଠ କହିଛନ୍ତି ଯେ, ଏହି ମାମଲା ଅନ୍ୟ କୌଣସି ଦିନ ଶୁଣାଣି କରିବା । କାରଣ କେନ୍ଦ୍ର ସରକାର ରାସନକାର୍ଡ ବାତିଲ କରି ସାରିଛନ୍ତି । ତେବେ ଏନେଇ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖୀ କହିଛନ୍ତି ଯେ, କେନ୍ଦ୍ର ସରକାର ରେସନ କାର୍ଡ ବାତିଲ କରିଥିବା ନେଇ ଗୋଞ୍ଜାଲଭିସ୍‌ ଏକ ମିଥ୍ୟା ବିବୃତ୍ତି ଦେଇଛନ୍ତି ।

Leave a Reply