କରୋନାର ଜରୁରୀ ଔଷଧର ଉତ୍ପାଦନ ଓ ବିତରଣ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ମାମଲା ନେଇ ଶୁଣାଣି ଚାଲିଛି । ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି, ଜରୁରୀ ଔଷଧ ଓ ବିତରଣ ସୁନିଶ୍ଚିତ କାହିଁକି ହେଉନାହିଁ । କେନ୍ଦ୍ର ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ କୁହାଯାଇଛି, ପ୍ରତି ମାସରେ ଏକ କୋଟି ତିନି ଲକ୍ଷ ରେମଡେସିଭିର ଉତ୍ପାଦନ କ୍ଷମତା ରହିଛି । କିନ୍ତୁ ସରକାର ଚାହିଦା ଓ ବିତରଣ ତଥ୍ୟ କୋର୍ଟରେ ଦେଇନାହାଁନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସରକାର ଡକ୍ଟରଙ୍କୁ କୁହନ୍ତୁ ରେମଡେସିଭିର ଅଥବା ଫାବିଫ୍ଲୁ ବ୍ୟତୀତ୍ ଅନ୍ୟ ଉପଯୁକ୍ତ ଔଷଧ ନେଇ ରୋଗୀଙ୍କୁ ଜଣାନ୍ତୁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆରଟିପିସିଆର୍ ଟେଷ୍ଟରେ କୋଭିଡର ନୂଆ ରୂପ ମଧ୍ୟ ଜଣାପଡ଼ୁନାହିଁ । ଏଥିପାଇଁ ଅନୁସନ୍ଧାନ ଆବଶ୍ୟକତା ରହିଛି ।
ଏଥିସହ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ଟିକାକରଣ ଲାଗି କରାଯାଇଥିବା ଯୋଜନା ବିଷୟରେ ଜଣାନ୍ତୁ । କଣ କେନ୍ଦ୍ର ପାଖରେ କିଛି ରାଜସ୍ୱ ଅଛି ଯେଉଁଥିରେ ଭ୍ୟାକ୍ସିନର ଦାମ ସମାନ ରଖା ଯାଇପାରିବ । କେନ୍ଦ୍ର ସରକାର ଭାରତ ବାୟୋଟେକ୍ ଓ ସେରମ ଇନିଷ୍ଟିଚ୍ୟୁଟକୁ କେତେ ଟଙ୍କା ଦେଇଛନ୍ତି ଜଣାଇବାକୁ କହିଛନ୍ତି ସୁପ୍ରିମକୋର୍ଟ ।