ଖଣି କମ୍ପାନୀଙ୍କଠାରୁ ବକେୟା ରୟାଲଟି ଆଦାୟ କରିପାରିବେ ରାଜ୍ୟ, ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ : ଖଣି ବହୁଳ ରାଜ୍ଯଗୁଡିକ ଲାଗି ଖୁସିର ଖବର। ଏହି ରାଜ୍ଯଗୁଡିକ ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଖଣି ବହୁଳ ରାଜ୍ଯଗୁଡିକ ବିଭିନ୍ନ ଖଣି କମ୍ପାନିଙ୍କଠାରୁ ବକେୟା ରୟାଲଟି ଆଦାୟ କରିପାରିବେ ବୋଲି ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏପରିକି ବିଗତ ୧ ଏପ୍ରିଲ ୨୦୦୫ରୁ ରାଜ୍ଯମାନେ ଲେଭି ଲାଗୁ କରିପାରିବେ।

ଗତମାସରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ- ଖଣିସମୃଦ୍ଧ ଇଲାକାରୁ ରୟାଲଟି ଆଦାୟ କରିବା ରାଜ୍ଯ ସରକାରଙ୍କ ଅଧିକାର ରହିଛି ବୋଲି କହିଥିଲେ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୮ ସଦସ୍ୟ ସପକ୍ଷରେ ରାୟ ଦେଇଥିବାବେଳେ ଜଣେ ସଦସ୍ଯ ବିରୋଧ କରିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଗୁ ଓଡିସା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ଯପ୍ରଦେଶ, ରାଜସ୍ଥାନ ଆଦି ରାଜ୍ଯ ଉପକୃତ ହେବେ।