ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ, ବାହାଡ଼ା ଦାନ୍ତ ବାହାରିଲା ବୋଲି କୁକୁର ସହ ବିବାହ !

ଢେଙ୍କାନାଳ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଚାଲିଛି ନାଚଗୀତ । ବାଜୁଛି ବାଜା । ଖୁସିରେ ମସଗୁଲ ପୂରା ଗ୍ରାମବାସୀ । ଜମିଛି ବାହାଘରର ମାହୋଲ । ବାହାଡା ଦାନ୍ତ ଉଠିବାରୁ ଶିଶୁଙ୍କୁ କୁକୁର ସହ ବିବାହ କରାଇଲେ ଘରଲୋକେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ୍‌ ଫୁଲଝରି ଗ୍ରାମରେ । ପୂରାତନ ପରମ୍ପରା ଅନୁସାରେ ମାଘେ ପର୍ବ ଦିନ ଏହି ବିବାହ ଅନୁଷ୍ଠିତ ହୋଇଛି ।

ଅନ୍ଧବିଶ୍ୱାସର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଫୁଲଝରି ଗ୍ରାମରେ । ପିଲାଟିର ବାହାଡା ଦାନ୍ତ ଉଠିବାରୁ ଏମିତି ବିବାହ କରାଇଛନ୍ତି ଏଠାକାର ଆଦିବାସୀ ସମ୍ପ୍ରଦାୟର ଲୋକେ । ପୂରାତନ ପରମ୍ପରା ଅନୁସାରେ ମାଘେ ପର୍ବ ଦିନ ଅନୁଷ୍ଠିତ ହୋଇଛି ଏହି ବିବାହ ପର୍ବ ।

ବ୍ଲକରେ ପ୍ରାୟ ୯୦ ଭାଗ ଲୋକ ଆଦିବାସୀ ସଂପ୍ରଦାୟର । ଏହି ଗାଁରେ ବସବାସ କରନ୍ତି ୫୦ରୁ ଅଧିକ ପରିବାର । ଏଠି ଛୁଆଟିଏ ଜନ୍ମ ହେବା ପରେ ତାର ଦାନ୍ତ ଅସଜଡା ଥିଲେ ଖୋଜାପଡେ କୁକୁର ଛୁଆ । ଏହାକୁ ସମାଜ ପାଇଁ କ୍ଷତି କାରକ ମାନି ରିଷ୍ଟ ଖଣ୍ଡନ କରିବାକୁ କୁକୁର ସହ ପିଲାଟିର ବିବାହ କରାଯାଏ । କୁକୁରକୁ ଓ ସଂପୃକ୍ତ ପିଲାଟିକୁ ଗ୍ରାମର ମଝିଆମଝିରେ କରାଯାଏ ବାହାଘର । ଅରୁଆ ଚାଉଳ, ହଳଦୀ, ଆଦି ସାମଗ୍ରୀ ମାଧ୍ୟମରେ ଉଭୟଙ୍କ ବିବାହ ସରିବା ପରେ ବରଯାତ୍ରୀ ପାଉଁଶ ବୋଳା ପାଣିରେ ପରଷ୍ପରକୁ ଢାଳି ଉପଭୋଗ କରନ୍ତି । ପରେ ଶୋଭାଯାତ୍ରାରେ ଜଙ୍ଗଲରେ ଥିବା ମହୁଲ ଗଛ ନିକଟରେ କନ୍ୟା କୁକୁର ଓ ଛୁଆ ବରକୁ ପୂଜା କରାଯାଇ ମହୁଲ ଗଛରେ ତିନି ଘେରା ସୁତା ବନ୍ଧା ଯାଇ ବିବାହ କାର୍ଯ୍ୟ ସମାପନ କରାଯାଇଥାଏ ।

Leave a Reply