ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ସମ୍ମାନ, କଙ୍ଗନା ବେଷ୍ଟ ଅଭିନେତ୍ରୀ

ନୂଆଦିଲ୍ଲୀ: ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ମେଗାଷ୍ଟାର୍ ରଜନୀକାନ୍ତ । ଦିଲ୍ଲୀ ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ରଜନୀକାନ୍ତଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ରଜନୀକାନ୍ତ ।

୪୫ ବର୍ଷ ହେଲା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଜନୀକାନ୍ତ କାମ କରୁଛନ୍ତି । ଏକାଧିକ ଭାଷାରେ ବହୁ ହିଟ୍ ଫିଲ୍ମ ଦେଇ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

ସେହିପରି ୬୭ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । କଙ୍ଗନା ରଣାଓ୍ବତଙ୍କୁ ବେଷ୍ଟ ଆକ୍ଟ୍ରେସ୍ ଆଓ୍ବାର୍ଡ ମିଳିଛି । ଫିଲ୍ମ ମଣିକର୍ଣ୍ଣିକା ଓ ପଙ୍ଗା ଗଙ୍ଗନାଙ୍କୁ ଏହି ସମ୍ମାନ ପାଇଛନ୍ତି ।

ସେହିପରି ଅସୁରଣ ପାଇଁ ଧନୁଷ ଏବଂ ଭୋଂଶଲେ ପାଇଁ ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ଦିଆଯାଇଛି ।

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଫିଲ୍ମ ‘ଛିଛୋରେ’ ହିନ୍ଦୀ ଫିଲ୍ମ କାଟାଗୋରୀରେ ବେଷ୍ଟ ଫିଲ୍ମ ଭାବେ ଚୟନ ହୋଇଛି ।

Leave a Reply