ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସ
ବାଲେଶ୍ୱର: ଶକ୍ତିଶାଳୀ ହେଉଛି ଭାରତୀୟ ସେନା। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସ। ଉତ୍କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ଚାଲିଛି ସମିକ୍ଷା। ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଛି ବ୍ରହ୍ମୋସ। ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷ୍ୟମତା ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ଗୁଣ ଅଧିକ ବେଗରେ ଗତୀ କରିପାରେ ସୁପରସୋନିକ୍ ମିସାଇଲ ବ୍ରହ୍ମୋସ। ଏଥିରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ।