ଗୋଲାପୀ ଜହ୍ନ : ମଙ୍ଗଳବାର ଦୁନିଆ ଦେଖିଲା ସୁପର ମୁନ୍

ନୂଆଦିଲ୍ଲୀ: ବିଶ୍ୱ ଦେଖିଲା ବର୍ଷର ସବୁଠାରୁ ବଡ ଏବଂ ଉଜ୍ଜ୍ୱଳ ଚନ୍ଦ୍ର । ଏପ୍ରିଲ୍ ୭, ମଙ୍ଗଳବାର ରାତି ପ୍ରାୟ ୧୧.୩୦ରେ ସମଗ୍ର ବିଶ୍ୱ ଏହି ସୁପରମୁନ୍ ଦେଖିଛି । ମଙ୍ଗଳବାର ଦିନ ରାତିରେ ସୁପରମୁନ୍ ଦୁନିଆର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ଦେଖାଦେଇଛି । ଏହି ସୁପରମୁନ୍ ଏଥିପାଇଁ ବିଶେଷ କାରଣ ତାହାର ରଙ୍ଗ ଗୋଲାପୀ ଏବଂ ସବୁଦିନଆ ଆକାର ଠାରୁ ସେହି ଦିନର ଚନ୍ଦ୍ର ଆକାର ଟିକେ ବଡ଼ ରହିଥାଏ । ଏହି ସୁପରମୁନକୁ ସୁପର ଗୋଲାପୀ ମୁନ୍ ମଧ୍ୟ କୁହାଯାଇଥାଏ । ତେବେ ଜଦି ଆପଣ ଏହି ସୁପର ମୁନ ଦେଖି ପାରିନାହାନ୍ତି ଆମେ ଆପଣଙ୍କୁ ଏହାର ଏକ ଛୋଟ ଝଲକ୍ ଦେଖାଇପାରିବୁ । ଆସନ୍ତୁ ଦେଖିବା ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଏହି ସୁପରମୁନର କିଛି ଆକର୍ଷଣୀୟ ଚିତ୍ର ।

ସୁପରମୁନର ଏହି ଝଲକ ନୂଆଦିଲ୍ଲୀର ଇଣ୍ଡିଆ ଗେଟ ପାଖର ।

ଲକଡାଉନ କାରଣରୁ ଘରେ ରହି ଲୋକେ ଏହି ସୁପରମୁନ୍ ଆକର୍ଷଣୀୟ ଚିତ୍ର ନିଜ ଛାତ ଏବଂ ଝରକା ପାଖରେ ଦେଖିଥିଲେ ।

ଏହି ଚିତ୍ର ମଧ୍ୟ ରାଜଧାନୀ ଦିଲ୍ଲୀ ଯେତେବେଳେ ଏହି ସୁପରମୁନ ତାର ସମ୍ପୂର୍ଣ୍ଣ ଆକାରରେ ଥିଲା ।

ସୁପରମୁନର ଏହି ଚିତ୍ର ଗୁରୁଗ୍ରାମର ଏକ ମନ୍ଦିର ଉପରର ।

ବର୍ଷର ସବୁଠୁ ଆକର୍ଷଣୀୟ ସୁପରମୁନ୍ ଚିତ୍ର ପଞ୍ଜାବର ଲୁଧିଆନାରୁ ଆସିଛି ।

ଦୁବାଇରେ ଥିବା ଦୁନିଆର ସବୁଠୁ ଉଚ୍ଚ କୋଠା ବୁର୍ଜ ଖଲିଫା ସାମ୍ନାର ସୁପରମୁନ୍‌ର ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜର୍ମାନୀର ବ୍ରାଣ୍ଡେନବର୍ଗ ଗେଟ୍ ପଛରୁ ନିଆଯାଇଥିବା ସୁପରମୁନ୍ ଚିତ୍ରର ଏହି ଦୃଶ୍ୟ ବହୁତ ଆକର୍ଷଣୀୟ ।

ସୁପରମୁନର ଏହି ଚିତ୍ର ନାସା ପକ୍ଷରୁ ନିଆଯାଇଛି । ତେବେ ଏହି ସୁପରମୁନର ଲାଇଭ ପ୍ରସାରଣ ମଧ୍ୟ କରିଥିଲା ।

ତେବେ ଜଦି ଆପଣ ଏହି ସୁପରମୁନ ଦେଖି ପାରି ନାହାଁନ୍ତି ତେବେ ନିରାଶ ହୁଅନ୍ତୁ  ନି କାରଣ ଆସନ୍ତା ମାସ ଅର୍ଥାତ୍ ମେ ୭ରେ ମଧ୍ୟ ଆଉ ଥରେ ଏହି ସୁଲ୍ଲଭ ଦୃଶ୍ୟ ଦେଖିପାରିବେ ।

କେବେ ଦେଖାଯାଏ ସୁପରମୁନ୍ ?

ଯେତେବେଳେ ଚନ୍ଦ୍ର ଏବଂ ପୃଥିବୀ ଭିତରେ କମ୍ ଦୂରତା ରହିଥାଏ ସେହି ସମୟରେ ହିଁ ସୁପରମୁନ୍ ଆସିଥାଏ । ପୃଥିବୀ ଠାରୁ ଚନ୍ଦ୍ର ମଧ୍ୟରେ ସାମାନ୍ୟ ଦୂରତା ୩୮୪୪୦୦ କିଲୋମିଟର ରହିଥାଏ । ପ୍ରାୟତଃ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ୪୦୫୬୯୬ କିଲୋମିଟର ରହିଥାଏ କିନ୍ତୁ ସୁପରମୁନ୍ ସମୟରେ ଏହି ଦୂରତା କମି ୩୫୬୯୦୦ କିଲୋମିଟର ହୋଇଯାଇଥାଏ ।

Leave a Reply