ବିଶ୍ୱ ପର୍ଯ୍ୟଟନ ଦିବସରେ ରାଜଧାନୀରେ ସୁପର ବାଇକ ରାଲି

ଭୁବନେଶ୍ୱର : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସୁପର ବାଇକ ରାଲିର ଆୟୋଜନ ହୋଇଥିଲା । ସ୍ଯାଣ୍ଡି ଟାଓ୍ବାର ନିକଟରୁ ଏହି ସୁପର ବାଇକ ରାଲିର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ଏହି ସୁପର ବାଇକ ରାଲି ବାହାରି କଟକସ୍ଥିତ ସିଲଭର ସିଟି ବୋଟ କ୍ଲବ ପର୍ଯ୍ୟନ୍ତ ଯାଇଥିଲା ।
ଏହି ରାଲିରେ କଳିଙ୍ଗ ରାଇଡର୍ସର ୧୫୦ରୁ ଉର୍ଦ୍ଧ ବାଇକର୍ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଲେଲିନ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିଶନର ବୈଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଭଞ୍ଜ କଳା ମଣ୍ଡପ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।