ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

1 min read

ଭୁବନେଶ୍ୱର: ସାମାନ୍ୟ ଦୁର୍ବଳ ହୋଇଛି ସୁପର ସାଇକ୍ଳୋନ୍ ଅମ୍ଫାନ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାକୁ ଖସି ଆସିଛି ‘ଅମ୍ଫାନ’ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ଏବେ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି ।

ଦକ୍ଷିଣକୁ ପାରାଦୀପ ଠାରୁ ୪୮୦ କି.ମି, ଦୀଘାଠାରୁ ୬୩୦, ବାଂଲାଦେଶଠାରୁ ୭୫୦ କି.ମି ଦୂରରେ ରହିଛି । ତେବେ ପୂର୍ବାନୁମାନ ଅନୁଯାୟୀ ଦୀଘା- ହାତିଆ ମଧ୍ୟରେ ୨୦ ଅପରାହ୍ନରେ ଲ୍ୟାଣ୍ଡଫଲ୍ ଆଶଙ୍କା କରାଯାଇଛି । ସ୍ଥଳଭାଗକୁ ଛୁଇଁଲା ବେଳକୁ ଏହାର ବେଗ ୧୫୫-୧୬୫ କି.ମି ରହିବ । ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି । ୨୦ରୁ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁରେ ଅଞ୍ଚଳରେ ବର୍ଷା ଆଶଙ୍କା କରାଯାଉଛି । ପ୍ରାଭିବତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

No clear signs of cyclone threat to Odisha coast: SRC

ଗତକାଲି ଠାରୁ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗଜପତିରୁ ୪୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତର ବେଳେ କଚ୍ଚାଘର ଲୋକଙ୍କ ସ୍ଥାନାନ୍ତରକୁ ପ୍ରାଥମିକତା ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ପୂରା ଆଲର୍ଟ ରହିଛନ୍ତି । ଓଡ୍ରାଫ ଓ ଏନ୍‌ଡିଆରଏଫ୍ର ୩୧ଟି ଟିମ୍‌, ୨୧୭ଟି ଅଗ୍ନିଶମ ବାହିନୀ ଟିମ୍, ବନ ନିଗମର ୭୫ଟି ଟିମ୍‌ ମୁତୟନ ହୋଇଛନ୍ତି । ୫ଟି ଲେଖାଏଁ ଓଡ୍ରାଫ ଓ ଏନ୍‌ଡିଆରଏଫ୍‌ ଟିମ୍ ରିଜର୍ଭ ରହିଛନ୍ତି । ୩ଟି ବିଭାଗର ଯନ୍ତ୍ରୀଙ୍କୁ ନେଇ ରାପିଡ୍ ରେସପନ୍ସ ଟିମ୍ ଗଠିତ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

Leave a Reply