spot_img

Latest Posts

ସନ୍ନି ହିନ୍ଦୁସ୍ତାନୀ ହେଲେ ଇଣ୍ଡିଆନ ଆଇଡଲ-୧୧ର ବିଜେତା

ମୁମ୍ବାଇ: ସନ୍ନି ହିନ୍ଦୁସ୍ତାନୀ ଇଣ୍ଡିଆନ ଆଇଡଲ-୧୧ର ବିଜେତା ହୋଇଛନ୍ତି। ସୋନି ଟିଭିରେ ପ୍ରସାରିତ ଏହି ରିୟଲିଟି ଶୋ’ର ଗ୍ରାଣ୍ଡ ଫାଇନାଲରେ ରବିବାର ସନ୍ଧ୍ୟାରେ ହୋଇଥିଲା। ଫାଇନାଲରେ ସନ୍ନି ଅନ୍ୟ ୪ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ପୁରସ୍କାର ବାବଦଙ୍କୁ ତାଙ୍କୁ ୨୫ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ଏହା ସହିତ ଟାଟା ଅଲଟ୍ରୋଜ କାର ଓ ହିମେଶ ରେସମିୟାଙ୍କ ପରବର୍ତ୍ତୀ ଫିଲ୍ମ ଓ ଟି-ସିରିଜରେ ଗୀତ ଗାଇବାର ସୁଯୋଗ ଦିଆଯାଇଛି।

ମହାରାଷ୍ଟ୍ର ଲାଟୁରର ରୋହିତ ରାଉତ ପ୍ରଥମ ଓ ପଶ୍ଚିମବଙ୍ଗର ଅଙ୍କୋନା ମୁଖାର୍ଜୀ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ଉଭୟଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ୩ୟ ଓ ୪ର୍ଥ ସ୍ଥାନରେ ରହିଥିଲେ ପଶ୍ଚିମବଙ୍ଗର ଆଦ୍ରିଜ ଘୋଷ ଓ ପଞ୍ଜାବର ରିଦ୍ଧମ କଲ୍ୟାଣ। ଏହି ଦୁଇଜଣଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଫାଇନାଲ​‌ରେ ମୋଟ ୫ଦର୍ଶକ ଭୋଟ ଦେଇଥିବାବେଳେ ସନି ସର୍ବାଧିକ ଭୋଟ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ହିମେସ ରେସିମିୟା, ନେହା କକଡ, ବିଶାଲ ଦଦଲାନି ବିଚାରକ ଭାବେ ଯୋଗ ଦେଇଥିଲେ। ଆଦିତ୍ୟ ନାରାୟଣ ଆଙ୍କରିଙ୍ଗ କରିଥିଲେ। ଫାଇନାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପଦୁକୋନ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ସନ୍ନି ଦିନେ ପରିସ୍ଥିତିର ଚାପରେ ପଡି ରାସ୍ତା କଡରେ ଜୋତା ପଲିସ କରୁଥିଲେ। ସେହିପରି ତାଙ୍କ ମା’ ବେଲୁନ ବିକ୍ରି କରୁଥିଲେ। ସେ କୌଣସି ଅନୁଷ୍ଠାନରୁ ସଙ୍ଗୀତ ଶିକ୍ଷା କରିନାହାନ୍ତି।

Latest Posts

Don't Miss